ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ନାବାଳିକା ବଳାତ୍କାର ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Published By : Suraj Kumar | August 25, 2025 8:47 PM

ଫୁଲବାଣୀ,୨୫/୮ :  ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୨ ଵର୍ଷ ୬ ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ବାଡାଜରୀର ସଞ୍ଜୀବ ଦିଗାଲ୍ (୨୦)।

ଫିରିଙ୍ଗିଆ ଥାନା ଅଞ୍ଚଳର ଜନୈକା ନାବାଳିକା ଦଶମ ଶ୍ରେଣୀ ପରୀକ୍ଷା ଦେଇ ଘରେ ରହୁଥିଲେ। ସେ ଏକୁଟିଆ ଥିବାର ସୁଯୋଗ ନେଇ ୨୦୨୨ ଫେବୃଆରୀ ୧୨ ତାରିଖରେ ଅଭିଯୁକ୍ତ ଜଣକ ଘର ଭିତରେ ପଶି ପ୍ରଲୋଭନ ଏବଂ ଧମକ ଚମକ ଦେଇ ବଳାତ୍କାର କରିଥିଲା । ଏ କଥା କାହାରିକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା। ପରେ ପୀଡିତା ଗର୍ଭ ଧାରଣ କରିବାରୁ ସେ ଔଷଧ ଖୁଆଇ ଗର୍ଭ ନଷ୍ଟ କରାଇଥିଲା। ଏହା ପରେ ଅଭିଯୁକ୍ତ ପୁଣି ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାରୁ ପୀଡିତା ପୁନର୍ବାର ଗର୍ଭ ଧାରଣ କରିଥିଲା। ଏ ନେଇ   ଘର ଲୋକ ଜାଣିବା ପରେ  ଗ୍ରାମବାସୀଙ୍କୁ ଜଣାଇଥିଲେ।  ଗ୍ରାମ କମିଟିରେ ଉଭୟଙ୍କ ବିବାହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।  ୨୦୨୪ ଫେବୃଆରୀ ୨୮ ତାରିଖରେ ପୀଡିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଅଭିଯୁକ୍ତ ମା' ଝିଅଙ୍କୁ ନିଜ ଘରକୁ ନେଇଥିଲେ। ମାର୍ଚ୍ଚ ୨୨ ତାରିଖରେ ପୀଡିତା  ଗାଧୋଇବାକୁ ଯାଇ ଫେରିବା ପରେ ଝିଅର ମୃତ୍ୟୁ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। କିଛି ଦିନ ପରେ ଅଭିଯୁକ୍ତ ଗାଳିମନ୍ଦ ଏବଂ ମାଡ଼ ମାରି ପୀଡିତାଙ୍କୁ ଘରୁ ତଡ଼ି ଦେଇଥିଲା। ବାପାଙ୍କ ଲିଖିତ ଏତଲା ଆଧାରରେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ମାମଲାର ବିଚାର କରି ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୫ ଜଣ ସାକ୍ଷୀଙ୍କ ବୟାନ ଓ  ଡ଼ାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୀଡିତାଙ୍କୁ କ୍ଷତି ପୂରଣ ବାବଦକୁ ପାଞ୍ଚ ଲକ୍ଷ୍ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.