​​​​​​​ସୁନ୍ଦରଗଡ,୨୭୧୦(ଆ.ପ୍ର.) :  ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି  ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଆହୁରି ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଶ୍ରୀଚରଣ ମିଞ୍ଜ (୨୯) ସେହିପରି ପୀଡିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧୀକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୨୨ ଜୁଲାଇ ୬ ତାରିଖ ସନ୍ଧ୍ୟାରେ ରାଜଗାଙ୍ଗପୁର ଥାନା ଅଂଚଳର ସଂପୃକ୍ତ ୧୩ ବର୍ଷୀୟା ନାବାଳିକା ପଡୋଶୀ ଗାଁରୁ ବାହୁଡା଼ ଯାତ୍ରା ଦେଖି ଘରକୁ ଫେରୁଥିଲେ । ଏହି ସମୟରେ ଯାତ୍ରା ପଡ଼ିଆରୁ କିଛି ବାଟ ଦୂରରେ ଶ୍ରୀଚରଣ ବଳପୂର୍ବକ ତାଙ୍କ ପାଟିରେ ହାତ ବନ୍ଦ କରି ଏକ ବୁଦା ପାଖ ନିଛାଟିଆ ସ୍ଥାନକୁ ଟାଣି ନେଇଥିଲା । ଏହା ପରେ ଅନ୍ଧାରିଆ ଜାଗାରେ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଏକୁଟିଆ ଘରକୁ ପଂହଚି ତାଙ୍କ ମାଆଙ୍କୁ କହିଥିଲେ । ପରେ  ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ।  ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ସ୍ୱତନ୍ତ୍ର ପିପି ଦେବାଶିଷ ମିଶ୍ର ମାମଲା ପରିଚାଳନା କରିଥିଲେ ।