ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା

Published By : Prameya | November 24, 2024 8:28 AM

କଟକ,୨୪/୧୧: ସରିଲା ଐତିହାସିକ କଟକ ବାଲିଯାତ୍ରା । ଏହି ମେଳାରେ  ଚଳିତ ବର୍ଷ ପ୍ରାୟ ୫୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ପ୍ରାଥମିକ ଆକଳନ କରାଯାଉଛି । ଅଢ଼େଇ ହଜାର ଷ୍ଟଲ୍‌ ବ୍ୟବସାୟୀ ଓ ହଜାରେରୁ ଅଧିକ  ଉଠା ଦୋକାନୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳି ଚହଳି ଭିତରେ ଜମିଥିଲା ୯ ଦିନର ଯାତ୍ରା । ଏଥର କଟକ  ବାଲିଯାତ୍ରାରେ ପ୍ରାୟ ୨ ଶହ  କୋଟିର ବେପାର ହୋଇଥିବା ଅନୁମାନ କରାଯାଉଛି । ତିନି  ଭାଗରୁ ଭାଗେ ବେପାର  କେବଳ ଜାତୀୟ ପଲ୍ଲିଶ୍ରୀ  ମେଳା କରିଛି । ଆଜି ବାଲିଯାତ୍ରା ଶେଷ ସୁଦ୍ଧା ପଲ୍ଲିଶ୍ରୀ ମେଳାରେ ପ୍ରାୟ ୪୦  କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । 

ଅନେକଗୁଡ଼ିଏ ନୂଆ ବିଭବ ଏଥର ବାଲିଯାତ୍ରା ସହ ଯୋଡ଼ି ହୋଇଥିଲା ।  ଲେଜର୍‌ ଲାଇଟ୍‌ ସୋ’, ଡ୍ରୋନ୍‌ ସୋ’ ସାଙ୍ଗକୁ ଆକର୍ଷଣ ସୃଷ୍ଟି କରିଥିଲା ‘କଟକ  ଇନ୍‌ କଟକ’ । ଓଡ଼ିଆ ସିନେମାର କ୍ରମବିକାଶକୁ ନେଇ ଏକ ନିଆରା ପରିବେଶ ସୃଷ୍ଟି  କରାଯାଇଥିଲା, ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ବି  ଲୋକଙ୍କୁ ଆକର୍ଷିତ କରିଥିଲା । ବାଲିଯାତ୍ରା ମଞ୍ଚରୁ ସୋନୁ ନିଗମଙ୍କ ତୋ ଆଗରେ  କିଛି ଧୂପ.., ସୁରେଶ ୱାଡେକର୍‌ଙ୍କ ସିନ୍ଦୂର ମଥାରେ ତୋର.., ଅନୁପ ଜଲୋଟାଙ୍କ  ଐସି ଲାଗି ଲଗନ୍‌.. ଗୀତ ବେଶ ଭାଇରାଲ୍‌ ହୋଇଛି ଏଥର ।   

୧୪ ଦେଶର ରାଷ୍ଟ୍ରଦୂତ ବାଲିଯାତ୍ରାରେ ଯୋଗ ଦେବା, ଦକ୍ଷିଣ-ପୂର୍ବ ଏସିଆର  ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପ୍ୟାଭିଲିୟନ୍‌ ହେବା ଏବଂ ବିଦେଶୀ  କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କଟକ ବାଲିଯାତ୍ରାର ଖ୍ୟାତିକୁ ଅନ୍ତର୍ଜାତୀୟ  ସ୍ତରରେ ପହଞ୍ଚିପାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.