ନୂଆଦିଲ୍ଲୀ,୦୭/୦୭; ଅହମ୍ମଦାବାଦରେ ୨୦୦୮ ମସିହାରେ ହୋଇଥିବା ସିରିଏଲ୍ ବ୍ଲାଷ୍ଟ ମାମଲାରେ ଗୁଜରାଟ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟ ସ୍ପେସାଲ କୋର୍ଟଙ୍କ ଆଦେଶ ଉପରେ ମୋହର ମାରିଛନ୍ତି । ଏହି ମାମଲାରେ ୩୯ ଆତଙ୍କବାଦୀଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡ କାଏମ ରହିଛି । ଏହା ସହିତ ୧୨ ଜଣଙ୍କୁ ଆଜୀବନ ସଜ୍ଜା କାଏମ ରହିବ । ଏହା ସହିତ ହାଇକୋର୍ଟ ପୀଡିତ ପରିବାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି । ସ୍ପେସାଲ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଏହି ଦଣ୍ଡାଦେଶ ବିରୋଧରେ କରାଯାଇଥିବା ସମସ୍ତ ଅପିଲ୍କୁ ଖାରଜ କରି ଦେଇଛନ୍ତି ।
ଘଟଣାଟି ୨୬ ଜୁଲାଇ ୨୦୦୮ରେ ଘଟିଥିଲା । ପ୍ରାୟ ୭୦ ମିନିଟ୍ ମଧ୍ୟରେ ଅହମ୍ମଦାବାଦରେ ଗୋଟିଏ ପରେ ଗୋଟିଏ ୨୧ଟି ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବୋମାକୁ ସାଇକେଲରେ ରଖାଥିବା ଟିଫିନ୍ ବସ୍କରେ ଲୁଚା ଯାଇଥିଲା । ଆକ୍ରମଣକାରୀ ସହରରେ ବସରେ, ବଜାର ଏବଂ ହସ୍ପିଟାଲକୁ ଟାର୍ଗେଟ କରିଥିଲେ । ବ୍ଲାଷ୍ଟ ପରେ ଅହମ୍ମଦାବାଦ ଏବଂ ସୁରତରୁ ବୋମା ଜବତ ହୋଇଥିଲା । ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । ୨୦୦୨ରେ ହୋଇଥିବା ଗୁଜରାଟ ଦଙ୍ଗାର ପ୍ରତିଶୋଧ ନେବାକୁ ବିସ୍ଫୋରଣ ଘଟାଯାଇଥିବା କୁହାଯାଏ । ଏହି ମାମଲାରେ ସରକାର ୭୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୩୫ ଜଣ ଅଲଗା ଅଲଗା ମାମଲା ଦାୟର ହୋଇଥିଲା । ଯାହାର ଶୁଣାଣି ପାଇଁ ସ୍ପେସାଲ କୋର୍ଟ ଗଠିତ ହୋଇଥିଲା । ପ୍ରାୟ ୧୪ ବର୍ଷର ଲମ୍ବା ଶୁଣାଣି ପରେ ୨୦୨୨ ଫେବୃଆରୀରେ ସ୍ପେସାଲ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ସେବେ ୪୯ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦାଣ୍ଡ ଦିଆଯାଇଥିଲା । ଏହି ମାମଲାରେ, ସ୍ୱତନ୍ତ୍ର କୋର୍ଟରେ ୧୧୫୦ ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ଏବଂ ୮ ଫେବୃଆରୀ, ୨୦୨୨ ରେ ୬,୭୦୦ରୁ ଅଧିକ ପୃଷ୍ଠାର ରାୟ ଶୁଣାଇଥିଲେ । ଦୋଷୀମାନେ ସ୍ୱତନ୍ତ୍ର କୋର୍ଟର ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହା ଉପରେ ଶୁଣାଣି ସମାପ୍ତ ହେବା ପରେ ହାଇକୋର୍ଟ ତାଙ୍କର ରାୟ ଦେଇଛନ୍ତି ।
ଏହା ବି ପଢନ୍ତୁ...PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ
ରାଜ୍ୟ ସରକାର ଆବେଦନ ଦାଖଲ କରିଥିଲେ- ପରବର୍ତ୍ତୀ ସମୟରେ, ସମସ୍ତ ଦୋଷୀ ତଳ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଗୁଜରାଟ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ରାଜ୍ୟ ସରକାର ମଧ୍ୟ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଆଇନ ଅନୁଯାୟୀ, ଯେକୌଣସି ଦୋଷୀଙ୍କ ମୃତ୍ୟୁଦଣ୍ଡ ପାଇଁ ହାଇକୋର୍ଟର ଅନୁମୋଦନ ଆବଶ୍ୟକ, ଯେଉଁଥିପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନେ ତଳ କୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟରେ ଅପିଲ୍ କରିଥିଲେ ।