ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଭାଙ୍ଗୁଛି ମାଓଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

Published By : Anindita Ratha | April 9, 2025 10:53 AM

ଭୁବନେଶ୍ବର,୦୯/୦୮: ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ଼ ସଫଳତା ।ବିଜାପୁର ଏସପିଙ୍କ ଆଗରେ ଆତ୍ମସମର୍ପଣ କଲେ ମାଓବାଦୀ ।  ୨୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ୪ ଜଣ ହାଡ଼କୋର ମାଓବାଦୀଙ୍କ ସହ ମୋଟ ୨୨ ଜଣ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ  । ଏମାନଙ୍କ ମଧ୍ୟରୁ ଜଣେ PLGA ବାଟାଲିୟନର ସଦସ୍ୟ,  ଜଣେ ତେଲେଙ୍ଗାନା ରାଜ୍ୟ କମିଟି ଅଧୀନରେ ଥିବା CRC ସଦସ୍ୟ ଓ ୨ ଜଣ ACM ସଦସ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କଂକ୍ରିଟ୍‌ରେ ଅବରୁଦ୍ଧ ରାଜଧାନୀର ଅନ୍ତିମ ପ୍ରାକୃତିକ ଜଳଉତ୍ସ, ଭାରତୀୟ ପ୍ରତ୍ନତତ୍ତ୍ୱ କହୁଛି ଆମକୁ କେହି ମାନୁନାହାନ୍ତି

ତେବେ ମାଓ ପ୍ରବଣ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ହୋଇଛି। ଏଥି ସହିତ ସରକାରଙ୍କ ବିକାଶମୁଖୀ କାର୍ଯ୍ୟ ଗାଁ ରାସ୍ତା, ପରିବହନ ସୁବିଧା, ପାଣି, ବିଦ୍ୟୁତ ସହ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଦୁର୍ଗମ ଅଞ୍ଚଳର ଗରିବ  ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି । ତେଣୁ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିରେ ଖୁସି ହୋଇ ଏହି ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମାଓବାଦୀମାନଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ କରାଯାଇଛି । ପରେ ସରକାର ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି  । ଚଳିତ ବର୍ଷ ଜାନୁଆରୀ ମାସରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୧୭୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୧୭୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହା ସହ ସୁରକ୍ଷା କର୍ମୀଙ୍କ ଗୁଳିରେ ୮୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଖୁବଶୀଘ୍ର ଛତିଶଗଡ଼ ମାଓ ମୁକ୍ତ ହେବ ବୋଲି ବସ୍ତର ଆଇଜି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.