ସିଓଲ,୨୭/୦୩: ଦକ୍ଷିଣ କୋରିଆର ଆନ୍‌ଡୋଙ୍ଗରେ ଥିବା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ଏହି  ନିଆଁ ପ୍ରାୟ ୩୭,୦୬୫ ଏକରକୁ ମାଡ଼ିଛି । ନିଆଁ ଜନବସତି  ଆଡ଼କୁ ମାଡ଼ି ଆସିଥିବାବେଳେ ଅନେକ ଘର ଜଳିଯାଇଛି । ବନାଗ୍ନି ଯୋଗୁ ଅଦ୍ୟାବଧି ୨୪ ଜଣଙ୍କ ମୃତ୍ୟୁ ଘଟିଲାଣି । ୧୯ ଜଣ ଆହତ ହୋଇଛନ୍ତି । ୨୭ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ  ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ନିଆଁରେ ଉଇସେଓଙ୍ଗ ଜିଲ୍ଲାରେ ଥିବା ହଜାର ବର୍ଷ ପୁରୁଣା ଏକ  ବୌଦ୍ଧ ମନ୍ଦିର ଗାଉଁସା ଜଳି ନଷ୍ଟ ହୋଇଯାଇଛି । 

ଏଥିସହ  ଜାତୀୟ ଐତିହ୍ୟରେ ସାମିଲ ହୋଇଥିବା ଜୋସେନ ବଂଶର  ଏକ ବୌଦ୍ଧ ବାସ୍ତୁକଳା ସରଞ୍ଚନା ମଧ୍ୟ ନଷ୍ଟ ହୋଇଯାଇଛି ।  ମନ୍ଦିରରେ ଥିବା ଭିକ୍ଷୁକ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ  ନିଆଯାଇଛି । ନିଆଁ ଲିଭାଇବା ପାଇଁ ସେନା ମୁତୟନ  କରାଯାଇଛି । କୋରିଆରେ ଥିବା ଆମେରିକା ସେନା ମଧ୍ୟ  ନିଆଁ ଲିଭାଇବାରେ ସହାୟତା କରିବାକୁ ଅଫର କରିଛି ।  ଏହା ଦେଶ ଇତିହାସର ସବୁଠୁ ଭୟଙ୍କର ଜଙ୍ଗଲ ନିଆଁ  ବୋଲି କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍‌ ଡକ୍‌-ସୋ କହିଛନ୍ତି ।