ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦକ୍ଷିଣ କୋରିଆ ଆନଡୋଙ୍ଗା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୩୭ ଏକରକୁ ମାଡିଛି ନିଆଁ, ୨୪ ଜୀବନ ନେଲାଣି ବନାଗ୍ନୀ

Published By : Prameya | March 27, 2025 8:11 AM

ସିଓଲ,୨୭/୦୩: ଦକ୍ଷିଣ କୋରିଆର ଆନ୍‌ଡୋଙ୍ଗରେ ଥିବା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ଏହି  ନିଆଁ ପ୍ରାୟ ୩୭,୦୬୫ ଏକରକୁ ମାଡ଼ିଛି । ନିଆଁ ଜନବସତି  ଆଡ଼କୁ ମାଡ଼ି ଆସିଥିବାବେଳେ ଅନେକ ଘର ଜଳିଯାଇଛି । ବନାଗ୍ନି ଯୋଗୁ ଅଦ୍ୟାବଧି ୨୪ ଜଣଙ୍କ ମୃତ୍ୟୁ ଘଟିଲାଣି । ୧୯ ଜଣ ଆହତ ହୋଇଛନ୍ତି । ୨୭ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ  ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ନିଆଁରେ ଉଇସେଓଙ୍ଗ ଜିଲ୍ଲାରେ ଥିବା ହଜାର ବର୍ଷ ପୁରୁଣା ଏକ  ବୌଦ୍ଧ ମନ୍ଦିର ଗାଉଁସା ଜଳି ନଷ୍ଟ ହୋଇଯାଇଛି । 

ଏଥିସହ  ଜାତୀୟ ଐତିହ୍ୟରେ ସାମିଲ ହୋଇଥିବା ଜୋସେନ ବଂଶର  ଏକ ବୌଦ୍ଧ ବାସ୍ତୁକଳା ସରଞ୍ଚନା ମଧ୍ୟ ନଷ୍ଟ ହୋଇଯାଇଛି ।  ମନ୍ଦିରରେ ଥିବା ଭିକ୍ଷୁକ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ  ନିଆଯାଇଛି । ନିଆଁ ଲିଭାଇବା ପାଇଁ ସେନା ମୁତୟନ  କରାଯାଇଛି । କୋରିଆରେ ଥିବା ଆମେରିକା ସେନା ମଧ୍ୟ  ନିଆଁ ଲିଭାଇବାରେ ସହାୟତା କରିବାକୁ ଅଫର କରିଛି ।  ଏହା ଦେଶ ଇତିହାସର ସବୁଠୁ ଭୟଙ୍କର ଜଙ୍ଗଲ ନିଆଁ  ବୋଲି କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍‌ ଡକ୍‌-ସୋ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.