ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଭାରତ ଆସିବ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା, NIA ହେପାଜତରେ ରହିବ

Published By : Ankita S | April 9, 2025 9:41 AM

ନୂଆଦିଲ୍ଲୀ,୦୯ /୦୪: ମୁମ୍ବାଇ ଆତଙ୍କୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହବୁର ରାଣା କୌଣସି ବି ସମୟରେ ଭାରତ ଆସିପାରେ । ଆଜି ଆମେରିକାରୁ ତହବୁର ଭାରତ ଫେରିବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଆମେରିକା ସହ ଭାରତୀୟ ଏଜେନ୍ସିଂଙ୍କର ସମସ୍ତ ଔପଚାରିକତା ଶେଷ ହୋଇଛି । ଭାରତ ଆସିଲେ ଏନଆଇଏ ହେପାଜତରେ ରହିବ ତହବୁର । ଦିଲ୍ଲୀ କିମ୍ବା ମୁମ୍ବାଇର କୌଣସି ଜେଲରେ ରହିବ ପାକିସ୍ତାନୀ ଆତଙ୍କୀ । ଗତକାଲି (ମଙ୍ଗଳବାର) ପ୍ରତ୍ୟାର୍ପଣ ବିରୋଧରେ ତହବୁର କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ ।

ଭାରତର ଏକାଧିକ ଏଜେନ୍ସିଂ ଟିମ୍ ବର୍ତ୍ତମାନ ଆମେରିକାରେ ରହିଛନ୍ତି । ସମସ୍ତ ଔପଚାରିକତା ସମାପ୍ତ ହୋଇଛି । କୌଣସି ବି ସମୟରେ ତହୱର ଭାରତ ଫେରିପାରେ । ଗତ କିଛି ଦିନ ହେବ ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସିଂ, ଇଣ୍ଟେଲିଜେନ୍ସ ବ୍ୟୁରୋ ବିଦେଶ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ସଂଯୁକ୍ତ ଟିମ୍ ଆମେରିକା ଅଧିକାରୀଙ୍କ ସହ ତହବୁର ପ୍ରତ୍ୟାର୍ପଣ ନେଇ ସମ୍ପର୍କରେ ଥିଲେ । ତହବୁର ଫେରିବା ପରେ ଦିଲ୍ଲୀ କିମ୍ବା ମୁମ୍ବାଇ ଜେଲରେ ରହିପାରେ । ଜେଲରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଏନଆଇଏ ହେପାଜତରେ ରହିବ ତହବୁର । ସ୍ୱତନ୍ତ୍ର ବିମାନରେ ତହବୁରକୁ ଭାରତ ଅଣାଯିବ । ତହୱର ପତ୍ୟାର୍ପଣର ତଦାରଣ କରିବେ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ।

ଭାରତକୁ ପ୍ରତ୍ୟାର୍ପଣ କରିବା ବିରୋଧରେ ତହବୁର କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ । ଭାରତକୁ ପ୍ରତ୍ୟାର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଥିଲେ ୟୁଏସ୍ ସର୍ବୋଚ୍ଚ ଅଦାଲତ । ଫଳରେ ସେ ଭାରତ ଫେରିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଥିଲା । କାନାଡ଼ା ନାଗରିକ ଏବଂ ପାକିସ୍ତାନ ମୂଳବାସୀ ୬୪ବର୍ଷୀୟ ତହୱର ରାଣାକୁ ଲସଏଞ୍ଜେଲସ୍‌ର ମେଟ୍ରୋପୋଲିଟିଆନ୍ ଡିଟେନସନ୍ ସେଣ୍ଟରରେ ରଖାଯାଇଛି ।

ଅଧିକ ପଢ଼ନ୍ତୁ...୨୬/୧୧ ମାଷ୍ଟରମାଇଣ୍ଡ ତହୱର ରାଣାକୁ ଝଟକା; ପ୍ରତ୍ୟାର୍ପଣ ବିରୋଧରେ ଆବେଦନ ଖାରଚ, ଭାରତ ଫେରିବା ବାଟ ସଫା

୨୬/୧୧ ମୁମ୍ବାଇ ଆତଙ୍କୀ ହମଲା- ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଥିଲା । ଯେବେ ମୁମ୍ବାଇ ଦେଖିଥିଲା ଆତଙ୍କୀ ଆକ୍ରମଣ । ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ନୀରିହ ଲୋକ । ସବୁଦିନ ପରି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଯେଉଁଥିରେ ୧୬୪ ଜଣ ଆଖି ବୁଜିଥିଲେ । ଛତ୍ରପତି ଶିବାଜୀ ଟର୍ମିନାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଆତଙ୍କୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହାର ଅନ୍ୟତମ ଅଭିଯୁକ୍ତ ଥିଲା ତହବୁର ରାଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.