ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ୱାଇ ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା; ନିଆଗଲା ଏନଆଇଏ ମୁଖ୍ୟାଳୟ

Published By : Bijay Swain | April 10, 2025 4:59 PM

Image courtesy: indiatoday

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆତଙ୍କି ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା ଦିଲ୍ଲୀରେ ପହଞ୍ଚିଛି। ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। 

ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି। ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିମାନବନ୍ଧରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା। ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୃତ୍ତୟନ ରହିଥିଲେ।

ରାଣାକୁ ନେଇ ଆସିଥିବା ବିମାନଟି ସଂଧ୍ୟ୍ୟା ୬ଟା ୩୦ ସୁଦ୍ଧା ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ତାକୁ ଏକ କନଭୟରେ ଜାତୀୟ ଅନୁସନ୍ଧାନ ସଂସ୍ଥା(ଏନଆଇଏ)ର ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ରାଣାକୁ ପଚରାଉଚରା କରିବା ପାଇଁ ପୂର୍ବରୁ ଏକ ଉଚ୍ଚ ସୂରକ୍ଷା ସମ୍ପନ୍ନ ଇଣ୍ଟରୋଗେସନ କକ୍ଷ ପ୍ରସ୍ତୁତ କରାଯାଇଥିଲା। ସେଠାରେ ରାଣାକୁ ୨୬/୧୧ ଆକ୍ରମଣରେ ତାର ଭୂମିକା କଣ ରହିଥିଲା ସେନେଇ ଏନଆଇଏର ଅଧିକାରୀମାନେ ପଚରାଉଚରା କରିବେ ବୋଲି ଜଣାପଡିଛି। ଆପଣଙ୍କୁ ଜଣାଇରଖୁ ଯେ ୨୦୦୮ ମସିହାରେ ହୋଇଥିବା ଏହି ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଅନେକ ବିଦେଶ ନାଗରିକ ମଧ୍ୟ ରହିଥିଲେ। 

ଏହାପରେ ରାଣାଙ୍କୁ ଦିଲ୍ଲୀ ଅଦାଲତରେ ହାଜର କରାଯିବ ବୋଲି ସୂଚନା ରହିଚି। ତାଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ ଘୋଷଣା, ହତ୍ୟା, ଜାଲିଆତି ଏବଂ ଅନୈତିକ କାର୍ଯ୍ୟକଳାପ (ନିଷେଧ) ଅଧିନିୟମ ଅଧୀନରେ ବହୁତ ଅଭିଯୋଗ ରହିଛି।

ରାଣାଙ୍କ ପ୍ରତ୍ୟାର୍ପଣ ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ଭାବେ ଅଭିହିତ କରାଯାଉଛି। ଯାହା ଆକ୍ରମଣର ୧୫ ବର୍ଷରୁ ଅଧିକ ସମୟ ପରେ ନ୍ୟାୟ ପାଇଁ ତାକୁ ଭାରତକୁ ପ୍ରତ୍ୟାର୍ପଣକୁ ଦର୍ଶାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.