ଗୁଡଭେଲା ୦୨/୦୬ :   ତୁଷୁରାରେ ଥିବା ବେଆଇନ ଧାନ ଗୋଦାମରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି ।  ସେଠାରେ  ଥିବା ଧାନ ବୋଝେଇ ଗାଡି ଜବତ କରାଯାଇଛି। ମୋଟ ୨୭୦ ବସ୍ତା ଧାନ ଜବତ କରାଯାଇଛି।

ପ୍ରଶାସନ ପକ୍ଷରୁ ତୁଷୁରା ରେ ସୋମବାର  ମଣ୍ଡି ଆରମ୍ଭ କରାଯାଇଛି। ତୁଷରାର ଧାନ ବେପାରୀ କୁଲଦୀପ ଗୁପ୍ତାଙ୍କ  ଘରେ ପ୍ରଶାସନ ପକ୍ଷରୁ ଚଢାଉ କରି ବେଆଇନ ଭାବେ ଗଛିତ ଥିବା ୨୭୦ ଟି ଧାନ ବସ୍ତା ଜବତ କରା ଯାଇଛି ।   ଏହା ସହ ଏକ‌ ଧାନ ବୋଝେଇ ଗାଡି ମଧ୍ୟ ଜବତ କରାଯାଇଛି। ପରେ ଏହା କୁ ସମଲେଶ୍ଵରୀ ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆଯାଇଥିଲା।