ପ୍ରମୂଖ ଖବର
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଛତିଶଗଡରେ୨୯ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Suraj Kumar | January 29, 2025 11:16 PM

ମାଲକାନଗିରି, ୨୯।୧ (ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଆତ୍ମସମର୍ପଣ ନୀତି ମାଧ୍ୟମରେ ପୋଲିସକୁ ଏକ ବଡ ସଫଳତା ମିଳିଛି। କୁତୁଲ ମାଓ ଏରିଆ କମିଟିର ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନାରାୟଣପୁର ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ଏହି ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୨ ଜଣ ପୁରୁଷ ଏବଂ ୭ ଜଣ ମହିଳା ମାଓବାଦୀ ଅଛନ୍ତି। 

ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ଅନେକ ହିଂସାକାଣ୍ଡରେ ଜଡିତ ଥିଲେ। ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ଏବଂ ନିଜର ନୀତି ଆଦର୍ଶରୁ ଓହରି ଯାଉଛି।  ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏବଂ ସ୍ୱାଧୀନ ଭାବରେ ସାଧାରଣ ଜୀବନଯାପନ କରିବାକୁ ଇଚ୍ଛା ପ୍ରକାଶ କରି ଆତ୍ମସମର୍ପଣ କରିଛନ୍ତି ବୋଲି ମାଓବାଦୀମାନେ କହିଛନ୍ତି।

 ସେହିପରି ଗତ ୨୨ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୋଲିସ ନିକଟରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ କରିଥିଲେ। ଏହି ମାଓବାଦୀମାନଙ୍କ ଉପରେ ୮ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଘୋଷଣା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.