ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | October 10, 2024 2:18 PM

କୋଣାର୍କ, ୧୦/୧୦: ଏରବଙ୍ଗଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥନ୍ତି । ମୃତକ ନିମାପଡା ସ୍ୟାମସୁନ୍ଦର ଗ୍ରାମର ଦାମୋଦର ସାହୁ (୫୫) ବୋଲି ଜଣାପଡ଼ିଛି । କୋଣାର୍କର ଗୋପ ଥାନା ଅନ୍ତର୍ଗତ ଏରବଙ୍ଗଠାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସ୍ୟାମସୁନ୍ଦର ଗ୍ରାମର ଦାମୋଦର ସାହୁ ଏରବଙ୍ଗରେ ଥିବା ଜଣେ ବନ୍ଧୁଘରକୁ ଆସୁଥିଲେ । ଏହି ସମୟରେ ଘଟିଥିଲା ଅଘଟଣ । ସାମ୍ନାପଟୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଦାମୋଦରଙ୍କ ବାଇକ୍‌ । ଏହି ଦୁର୍ଘଟଣାରେ ଦାମୋଦର ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଗୋପ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଗୁରୁତର ହୋଇଥିବା ବ୍ୟକ୍ତିକୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି । ଏଥି ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ଗୋପ ପୋଲିସ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.