ଭୁବନେଶ୍ୱର, ୧୮।୫ : ନକଲି ୱେବସାଇଟକୁ କରି ଟଙ୍କା ନିବେଶ ନାଁରେ ଶହ ଶହ ଲୋକଙ୍କୁ ଚୂନ ଲଗାଉଥିଲେ। ଏଭଳି ଅଭିଯୋଗରେ ସାଇବର ଥାନା ପୁଲିସ ୩ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି । ସେମାନେ ହେଲେ, ଅବିନାଶ ସାହୁ, ସିଦ୍ଧାର୍ଥ ପୂଜାରୀ ଓ ବିବେକ ସିଂ । ସିଦ୍ଧାର୍ଥଙ୍କୁ କୋରାପୁଟରୁ,   ଅଭିନାଶଙ୍କୁ ଖୋର୍ଦ୍ଧାରୁ, ବିବେକକୁ ଜୟପୁର ଟାଉନ ଥାନା ଅଞ୍ଚଳରୁ ସାଇବର ଥାନା ପୁଲିସ ଗିରଫ କରିଛି।

ଡିସିପି ଜଗମୋହନ ମିନାଙ୍କ ସୂଚନା ଅନୁଯାୟୀ , ଏମାନେ ଫେକ ୱେବସାଇଟ ତିଆରି କରି ସବୁ ଜିଲ୍ଲାରେ ଜଣେ ଲେଖାଏଁ ଏଜେଣ୍ଟଙ୍କୁ ଚାକିରି ଦେଇଥିଲେ । ଏଜେଣ୍ଟମାନେ ବିଭିନ୍ନ ଲୋକଙ୍କୁ ଅଧିକ ଟଙ୍କା ଲୋଭ ଦେଖାଇ ଟଙ୍କା ଉକ୍ତ ୱେବସାଇଟରେ ଲକ୍ଷାଧିକ ଟଙ୍କା ନିବେଶ କରିବାକୁ ପ୍ରର୍ବତ୍ତାଉଥିଲେ ।  ଭୁବନେଶ୍ୱରର ସୌମ୍ୟ ନାମକ ବ୍ୟକ୍ତି ଏହି ସାଇବର ଜାଲରେ ଫସିଯାଇଥିଲେ ।  ସେ ୧୦ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ। ତାଙ୍କ ଅଭିଯୋଗକ୍ରମେ ସାଇବର ଥାନା ପୁଲିସ ଜଣେ ଏଜେଣ୍ଟଙ୍କ ଜରିଆରେ ୩ଜଣଙ୍କୁ ଧରିଥିଲା।  ।

ଏମିତି ଲୋଭନୀୟ ଅଫରଠୁ ଦୁରେଇ ରୁହନ୍ତୁ।  ଠକେଇର ଯଦି ଶିକାର ହୋଇଛନ୍ତି ତେବେ ପୁଲିସ୍ ନିକଟରେ ଅଭିଯୋଗ କରିବାକୁ   ଡିସିପି ପରାମର୍ଶ ଦେଇଛନ୍ତି  ।