ନୂଆପଡା, ୧୭।୧୨ : ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୪ ଜଣ ଗୁରୁତର ହୋଇଛନ୍ତି। ନୂଆପଡା ଜିଲା କୋମନା ଥାନା ଅଧୀନ ହରିପୁର ଛକ ନିକଟରେ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।