ଭୁବନେଶ୍ବର,୨୯।୧୨ : ବରମୁଣ୍ଡା ବ୍ରିଜ ଉପରେ ଦୁର୍ଘଟଣା। ବସକୁ ପିଟିଲା ହୋଣ୍ଡା ଆମେଜ୍ କାର। ଏଥିରେ ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। କାରରେ ଫସି ରହିଥିବା ଲୋକଙ୍କୁ କଟରରେ କାଟି ବାହାର କଲେ ଅଗ୍ନିଶମ ବାହିନୀ। ଦୁର୍ଘଟଣା ପରେ ବରମୁଣ୍ଡା ବ୍ରିଜ ଉପରେ ରାସ୍ତା ଜାମ ହୋଇଯାଇଥିଲା। ଖଣ୍ଡଗିରି ଥାନା ପୋଲିସ ଏବଂ ପିସିଆର ଭ୍ୟାନ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଗାଡି ଚଳାଚଳ ସ୍ବାଭାବିକ କରିଥିଲା।