ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ବାଣ ତିଆରି ବେଳେ ବିସ୍ଫୋରଣ , ୩ ଗୁରୁତର

Published By : Prameya | April 13, 2025 11:13 PM

ନୟାଗଡ,୧୩।୪ : ଗଣିଆ ଥାନା କୃଷ୍ଣପଲ୍ଲି ଗାଁରେ ଅଘଟଣ । ବାଣ ତିଆରି କରୁଥିବାବେଳେ ହଠାତ ବିସ୍ଫୋରଣ ଘଟିବାରୁ ତିନି ଜଣ ଗୁରୁତର ହୋଇଛନ୍ତି।   ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

କୃଷ୍ଣପଲ୍ଲି ଗାଁ ଠାରୁ କିଛି ଦୂରରେ ଥିବା ଏକ ଆଜବେଷ୍ଟସ ଘରେ ଅଚ୍ୟୁତ ପ୍ରଧାନ ଓ ତାଙ୍କ ପରିବାର ବାଣ ତିଆରିକରି ବିକ୍ରି କରୁଥିଲେ । ରବିବାର କୌଣସି କାରଣରୁ ସେଠାରେ ବାଣ ବିସ୍ଫୋରଣ ହୋଇ ଯାଇଥିଲା ଫଳରେ ଆଜବେଷ୍ଟସ ଘରଟି ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ଯାଇଛି । ବିସ୍ଫୋରଣ ଫଳରେ ଅଚ୍ୟୁତ ଓ ତାଙ୍କ ସ୍ତ୍ରୀ ଗିତା ପ୍ରଧାନ ଏବଂ ସେହି ବାଟ ଦେଇ ଯାଉଥିବା ଗାଁର ଆଉ ଜଣେ ବ୍ୟକ୍ତି ବାହାଦୁର ନାୟକ  ଗୁରୁତର ହୋଇଥିଲେ | ଗୁରୁତର ଗିତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବାବେଳେ ବାହାଦୁର ନାୟକ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଚ୍ୟୁତ  ଆହତ ହୋଇଥିଲେ ମଧ୍ୟ ସେ ମେଡିକାଲକୁ ଆସିନାହାନ୍ତି । ପଣାସଂକ୍ରାନ୍ତି ଏବଂ ଲଙ୍କାପୋଡି ଯାତ୍ରା ଥିବାରୁ ଅଧିକ ସଂଖ୍ୟକ ବାଣ ସେଠାରେ ଥିବା ଅନୁମାନ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.