ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଛତିଶଗଡ ତେଲେଙ୍ଗାନା ସୀମାନ୍ତରେ ଆଇଇଡି ବିସ୍ଫୋରଣ, ୩ ଯବାନ ସହିଦ

Published By : Anindita Ratha | May 8, 2025 10:53 AM

ଭୁବନେଶ୍ବର,୦୮/୦୫: ଛତିଶଗଡ ତେଲେଙ୍ଗାନା ସୀମାନ୍ତରେ ବଡ ଧରଣର ଆଇଇଡି ବିସ୍ଫୋରଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତେଲେଙ୍ଗାନା ପୋଲିସର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଜବାନ ଗୁରୁତର ହୋଇଛନ୍ତି । ସେପଟେ ବିସ୍ଫୋରଣ ପରେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୁଲୁଗୁ ଜିଲ୍ଲାର ପେରେରୁ ଓ ୱାଇଜେଡୁ ଜଙ୍ଗଲ ରାସ୍ତାରେ ଏହି  ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।

ସେପଟେ ଛତିଶଗଡ ତେଲେଙ୍ଗାନା ସୀମାରେ ଏନକାଉଣ୍ଟରରେ ୨୬ ମାଓବାଦୀ ମଧ୍ୟ ନିହତ ହୋଇଛନ୍ତି। କରେଗୁଟ୍ଟା ପାହାଡ଼ରେ  କୁମ୍ବିଂ ବେଳେ ଏନକାଉଣ୍ଟର ହୋଇଛି । ଅପରେସନ୍ କାଗାର ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ନିହତ ନକ୍ସଲ ପନ୍ଥିଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.