ନୂଆଦିଲ୍ଲୀ : ଇରାନରେ ଚାଲି ଥିବା ଯୁଦ୍ଧ ମଧ୍ୟରେ, ତୁର୍କୀରେ ଇସ୍ରାଏଲର କନସୁଲେଟ ନିକଟରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଦୁଇ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ତୁର୍କୀ ପୁଲିସ କର୍ମୀ ଆକ୍ରମଣକାରୀଙ୍କ ବିରୋଧରେ ଜବାବୀ ଆକ୍ସନ ପାଇଁ ତାଙ୍କ ବନ୍ଧୁକ ବାହାର କରି ଗୁଳି ଚଳାଇଛନ୍ତି। ଏହି ସମୟରେ, ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଥିବା ଦେଖା ଯାଉଛି।
ଏହା ବ୍ୟତୀତ, ଏକ ଭିଡିଓରେ ଗୁଳିକାଣ୍ଡର ଶବ୍ଦ ଶୁଣା ଯାଉଛି ଏବଂ ଭୟଭୀତ ଲୋକେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଧାଁ ଦୌଡ଼ କରୁଛନ୍ତି। ଗୁଳିକାଣ୍ଡର ଏହି ଘଟଣା ତୁର୍କୀର ଇସ୍ତାନବୁଲରେ ଘଟିଛି। ଆଶ୍ୱସ୍ତିର ବିଷୟ ଏହା ଯେ ,ବର୍ତ୍ତମାନ ଇସ୍ତାନବୁଲରେ କୌଣସି ଇସ୍ରାଏଲୀୟ କୂଟନୀତିଜ୍ଞ ନିଯୁକ୍ତ ନାହାନ୍ତି।
ଏହା ବ୍ୟତୀତ, ଆଙ୍କାରାରେ ଥିବା ଇସ୍ରାଏଲର ଦୂତାବାସରେ କୌଣସି ଇସ୍ରାଏଲୀୟ କୂଟନୀତିଜ୍ଞ ମୁତୟନ ନାହାନ୍ତି। ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଆକ୍ରମଣ ଇସ୍ରାଏଲର କନସୁଲେଟ୍ ଉପରେ ଟାର୍ଗେଟ୍ କରି କରାଯାଇ ଥିଲା ନା ନାହିଁ। କିଛି ଭାଇରାଲ ଭିଡିଓରେ ତିନି ଜଣ ବନ୍ଧୁକଧାରୀ ତଳେ ପଡ଼ିଥିବା ଦେଖା ଯାଇଛି।
ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ଚ୍ୟାନେଲ NTV କହିଛି ଯେ, ଏହି ଆକ୍ରମଣରେ ତିନି ଜଣ ବ୍ୟକ୍ତି ସାମିଲ ଥିଲେ, ଏବଂ ସମସ୍ତଙ୍କ ମୃତ୍ୟୁ ହୋଇଛି। କୌଣସି ସଂଗଠନ ଏପର୍ଯ୍ୟନ୍ତ ଆକ୍ରମଣ ପାଇଁ ଦାୟୀ ହୋଇ ନାହାଁନ୍ତି। ସୌଭାଗ୍ୟବଶତଃ, ତୁର୍କୀ କର୍ତ୍ତୃପକ୍ଷ ସଠିକ୍ ସମୟରେ ଆକ୍ଟିଭ ହୋଇ ଯାଇଥିଲେ ଏବଂ ସେ ବନ୍ଧୁତାଧାରୀଙ୍କୁ କାବୁ କରିଥିଲେ।
ଉଲ୍ଲେଖନୀୟ ଯେ, ଅକ୍ଟୋବର ୨୦୨୩ ରେ, ଇସ୍ରାଏଲ ଭିତରେ ପଶି ହମାସ ଏକ ଭୟଙ୍କର ଆକ୍ରମଣ କରିଥିଲା। ଏହା ପରଠାରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଇରାନରେ ମଧ୍ୟ ଏକ ଯୁଦ୍ଧ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ, ଇସ୍ରାଏଲୀ କନସୁଲେ ଏବଂ ଦୂତାବାସ ଚାରିପାଖରେ ସମ୍ବେଦନଶୀଳତାକୁ ବୁଝି, ତୁର୍କୀ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।