ଭୁବନେଶ୍ବର,୧୧।୧୧ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା। ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ । ଅପରାଧ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ। ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋ। ଏ ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି। ଟ୍ବିଟ କରି ୩ ପୋଲିସ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି।