- ବାଂଲାଦେଶରେ ୨୦୨୪ରେ ଛାତ୍ର ଆନ୍ଦୋଳନ ଘଟିଥିଲା
- ଅନେକ ଛାତ୍ର ଙ୍କ ଜୀବନ ଚାଲି ଯାଇଥିଲା
- ଶେଖ୍ ହସିନାଙ୍କୁ ଭାରତରେ ଶରଣ ନେବାକୁ ପଡ଼ିଥିଲା
ନୂଆଦିଲ୍ଲୀ : ବାଂଲାଦେଶରେ ୨୦୨୪ରେ ଷ୍ଟୁଡେଣ୍ଟ ଆନ୍ଦୋଳନ ବେଳେ ରାସ୍ତାରେ ଖୁବ୍ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇ ଥିଲା। ଏହି ବିକ୍ଷୋଭରେ ଅନେକ ଷ୍ଟୁଡେଣ୍ଟଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ଶେଖ୍ ହସିନାଙ୍କୁ ନିଜ ଦେଶ ଛାଡ଼ି ଭାରତରେ ଶରଣ ନେବାକୁ ପଡ଼ି ଥିଲା। ଏବେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ସହ ଜଡ଼ିତ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାରେ ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରାଇବ୍ୟୁନାଲ (ଆଇସିଟି-ବିଡି) ବଡ଼ ନିଷ୍ପତ୍ତି ଶୁଣାଇଛି।
ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀରୁ ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ଶେଖ ହସିନା, କହିଲେ ଫାସିବାଦୀ ହତ୍ୟାକାରୀ …
ଏଥିରେ ଢାକା ମେଟ୍ରୋପଲିଟନ ପୁଲିସର ପୂର୍ବତନ କମିଶନର ହବିବୁର ରେହମାନଙ୍କ ସମେତ ତିନି ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ତିନି ସଦସ୍ୟ ବିଶିଷ୍ଟ ବିଚାରପତିଙ୍କ ଖଣ୍ଡପୀଠ ( ଯାହାର ନେତୃତ୍ୱ ବିଚାରପତି ମହମ୍ମଦ ଗୋଲାମ ମୋର୍ତୁଜା ମୋଜୁମଦାର ନେଇଥିଲେ ) ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ପୂର୍ବତନ ଯୁଗ୍ମ ପୁଲିସ କମିଶନର ସୁଦୀପ କୁମାର ଚକ୍ରବର୍ତ୍ତୀ ଓ ଅତିରିକ୍ତ ଡେପୁଟୀ କମିଶନର ମହମ୍ମଦ ଅଖତରୁଲ ଇସଲାମ ମଧ୍ୟ ମୃତ୍ୟୁଦଣ୍ଡ ପାଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି। ଏହିସବୁ ଅଭିଯୁକ୍ତ ଟ୍ରାଇବ୍ୟୁନାଲର କାର୍ଯ୍ୟାନୁଷ୍ଠାନ ପରେ ପଳାତନ ଘୋଷିତ କରିଦିଆ ଯାଇଥିଲା,ଏଥିପାଇଁ ମୋକଦମା ସେମାନଙ୍କର ଅନୁପସ୍ଥିତିରେ ଚାଲିଛି।
ଟ୍ରାଇବ୍ୟୁନାଲ କହିଛନ୍ତି ଯେ, ଅଧିକାରୀ ନିଜର ସବଅର୍ଡିନେଟ୍ସ ଉପରେ କଣ୍ଟ୍ରୋଲ ଓ ଆଦେଶ ଦେବାର ସ୍ଥିତିରେ ଥିଲେ , ଏଥିପାଇଁ ‘ସୁପିରିୟର କମାଣ୍ଡ ଦାୟୀ’ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୫ ଅଗଷ୍ଟ ୨୦୨୪ ରେ ଢାକାର ଚଙ୍ଖାରପୁଲ ଅଞ୍ଚଳରେ ପୁଲିସର ଗୁଳିକାଣ୍ଡରେ ଛଅ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଏଥିପାଇ ଏହି ଅଧିକାରୀଙ୍କୁ ଦାୟୀ କରାଯାଇ ଥିଲା।
ଏହା ବ୍ୟତୀତ ,ମାମଲାରେ ଅନ୍ୟ ପୁଲିସକର୍ମୀଙ୍କୁ ମଧ୍ୟ ସଜା ଶୁଣାଯାଇଛି। ସହାୟକ ପୁଲିସ କମିଶନର ମହମ୍ମଦ ଇମରୁଲଙ୍କୁ ଛଅ ବର୍ଷ , ଇନସ୍ପେକ୍ଟର ଅରଶଦ ହୁସେନଙ୍କୁ ୪ବର୍ଷ , ତିନି ଜଣ କନଷ୍ଟେବଳଙ୍କୁ ୩-୩ ବର୍ଷର ସଜା ଦିଆଯାଇଛି। ଏଥିରୁ କିଛି ଦୋଷୀ କୋର୍ଟରେ ହାଜର ମଧ୍ୟ ହୋଇଛନ୍ତି।