ଆସିକା, ୧।୬ : କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ବଡ ଆକ୍ସନ । ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ  ଦକ୍ଷିଣାଞ୍ଚଳ ଆଇଜି । ୩ ପୁଲିସ କର୍ମଚାରୀ ନିଲମ୍ବିତ । ଥାନା ଏସଆଇ, ଏଏସଆଇ, କନଷ୍ଟେବଳକୁ ନିଲମ୍ବିତ କରାଯାଇଛି । ଏଥିସହ କବିସୂର୍ଯ୍ୟନଗର ଥାନା ସ୍ୱାଧୀନ ଦାୟିତ୍ୱରେ ଥିବା ଆଇପିଏସ ନୀତୀଶ ମିଶ୍ରାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।  ଥାନା ଏସଆଇ ସମୀର ରାଉତ, ଏସଆଇ ବୈକୃଷ୍ଣ ଜେନା, କନେଷ୍ଟବଳ ସୁମନ ସାହୁଙ୍କୁ ନିଲମ୍ବିତ କରାଯାଇଛି।  ହୋମଗାର୍ଡ କୃଷ୍ଣଚନ୍ଦ୍ରଙ୍କୁ ଚାକିରିରୁ ବହିଷ୍କାର କରାଯିବ । କବିସୂର୍ଯ୍ୟନଗର ଓ ବାଲିଚ୍ଛାଇ ଫାଣ୍ଡିର ଅନ୍ୟ କର୍ମଚାରୀଙ୍କୁ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।

ସୂଚନାଯୋଗ୍ୟ ଯେ , ସୁବୁଳିଆ ଗାଁର ସୁଶାନ୍ତ ସାହୁ ସୁବୁଳିଆର ଏକ ପଥର ଖାଦାନରେ କାମ କରୁଥିଲେ l ସେଠାରେ କିଛି ଝଗଡା ହୋଇଥିଲା l ଗତ ୨୫ ତାରିଖ ଘଟଣାରେ କବିସୂର୍ଯ୍ୟନଗର ପୋଲିସ ସୁଶାନ୍ତ ସହ ଅନ୍ୟ ଜଣକୁ ଉଠେଇ ଆଣିଥିଲେ l ହେଲେ ସୁଶାନ୍ତକୁ ଗତ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ଥାନାରେ ଅଟକ ରଖି ତଦନ୍ତ ଆଳରେ ନିସ୍ତୁକ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବିବାର ପୋଲିସ ସୁଶାନ୍ତକୁ ପରିବାର ଲୋକକୁ ହସ୍ତାନ୍ତର କରିଥିବା ବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଗୁରୁତର ସୁଶାନ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି l

ଆହୁରି ପଢନ୍ତୁ : ଥାନାରେ ଥାର୍ଡ ଡିଗ୍ରୀ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: