ଆସିକା: ପୁଣି କାଠଗଡ଼ାରେ ପୁଲିସ । ଯୁବକଙ୍କୁ ଥାନାରେ ମାଡ଼ ମାରିବାକୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆସିକା କବିସୂର୍ଯ୍ୟନଗର ଥାନା ପୁଲିସ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ନ୍ୟାୟ ପାଇଁ ଥାନା ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଥାନା ପରିସରରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ । ସତ୍ୟତା ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଞ୍ଜାମ ଏସପି କହିଛନ୍ତି । ତେବେ ମୃତ ସୁଶାନ୍ତଙ୍କର ପୂର୍ବରୁ ଗ୍ୟାସଟିକ୍ ଥିବାରୁ ସେ ବାନ୍ତି କରୁଥିଲେ ବୋଲି କହିଛନ୍ତି ଏସପି ହରିଶ ବିଶି ।
କହି ରଖୁଛୁ କି, ବେଆଇନ ଖଣି ମାମଲାରେ ସିବୁଳିଆ ଗାଁର ସୁଶାନ୍ତ ସାହୁଙ୍କୁ ଦୁଇଦିନ ତଳେ ପୁଲିସ ତାଙ୍କୁ ଅଟକ ରଖିଥିଲା । ଖାଦାନରେ ଝଗଡ଼ା ହୋଇଥିବାବେଳେ ଏହି ମାମଲାରେ ତାଙ୍କୁ ଥାନା ଅଣାଯାଇଥିଲା । ତେବେ ଏହି ଅଭିଯୋଗରେ ତାଙ୍କୁ ପୁଲିସ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୨୫ ତାରିଖ ଦିନ ପୁଲିସ ଉଠାଇ ଆଣିଥିଲା । ତାଙ୍କ ୩୧ ତାରିଖ ପର୍ଯ୍ୟନ୍ତ ଅଟକ ରଖିଥିଲା । ତେବେ ଥାନାରେ ନିସ୍ତୁକ ମାଡ଼ ମାଡ଼ ମାରିଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ଏହାସହ ତାଙ୍କ ଦେହରେ ଗରମ ପାଣି ମଧ୍ୟ ଢ଼ାଳି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ପରିବାର ଲୋକେ ଅଭିଯୋଗ କରିଛନ୍ତି ତାଙ୍କୁ ସୁଶାନ୍ତୁଙ୍କ ହସ୍ତାନ୍ତର କରିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିଲା । ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଏହାସହ ପଢ଼ନ୍ତୁ : Social Media Age Restrictions: ଛୋଟ ପିଲାଙ୍କ ପାଇଁ ଏହି ଦେଶ ବ୍ୟାନ୍ କଲା ସୋସିଆଲ ମିଡିଆ