ନୂଆଦିଲ୍ଲୀ,୨୦/୦୭; ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିଅନ ହୋଇଛି । ୨୦୧୦ରେ ଦଳ ପ୍ରଥମ ଟାଇଟଲ ହାସଲ କରିଥିଲା । ପୁଣି ୧୬ ବର୍ଷ ପରେ ଦ୍ୱିତୀୟ ଟାଇଟଲ ସ୍ୱପ୍ନ ପୂରା କରିଛି । କିନ୍ତୁ ଆର୍ଜେଣ୍ଟିନା ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଲାଗିଛି । ଆର୍ଜେଣ୍ଟିନାର ବିଶ୍ୱକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଏହି ପରାଜୟ ପରେ ଭାଙ୍ଗି ପଡିଥିଲେ ଷ୍ଟାର୍ ଫୁଟବଲ ପ୍ଲେୟାର ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି । ପଡିଆରେ ବସି ପଡି ଭୋ-ଭୋ କାନ୍ଦିଥିଲେ । ଏ ପରାଜୟର ଲୁହକୁ ଅଟକାଇ ପାରିନଥିଲେ । ମେସିଙ୍କ ଆଖିରେ ଲୁହ ଦେଖି ଷ୍ଟାଡିୟମରେ ହଜାର ହଜାର ଦର୍ଶକ ମେସି...ମେସି ବୋଲି ସ୍ଲୋଗାନ ଦେଇଥିଲେ । କିମ୍ବଦନ୍ତୀ ଖେଳାଳିଙ୍କୁ ସମର୍ଥନ କରିଥିଲେ । ଅନେକ ଫ୍ୟାନ୍ସ ମେସିଙ୍କୁ ଭାବପ୍ରବଣ ବିଦାୟ ଦେବାକୁ ପୋଷ୍ଟର ଏବଂ ପ୍ଲାକାର୍ଡ ହଲାଇଥିଲେ । ପରାଜୟ ପରେ ବି ମେସି ଇତିହାସ ରଚିଛନ୍ତି । ଯଦିଓ ଆର୍ଜେଣ୍ଟିନା ଟ୍ରଫି ବଜାୟ ରଖିପାରିଲା ନାହିଁ, ମେସି ତାଙ୍କ ନାମରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି । ଫିଫା ବିଶ୍ୱକପ ଇତିହାସରେ ୩ଟି ଫାଇନାଲ ଖେଳିବାରେ ସେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ୩୯ ବର୍ଷୀୟ ମେସି ବିଶ୍ୱକପ ଫାଇନାଲ ଖେଳିବାରେ ସବୁଠାରୁ ବୟସ୍କ ଆଉଟଫିଲ୍ଡ ପ୍ଲେୟାର ।  ମେସି ୨୧ଟି ଗୋଲ୍ କରି ବିଶ୍ୱକପରେ ସର୍ବାଧିକ ସ୍କୋରରେ ଭାବେ ଦ୍ୱିତୀୟରେ ରହିଛନ୍ତି ।

​​​​​​​

କାନ୍ଦିଲେ ମେସି- ମ୍ୟାଚ୍ ହାରିବା ପରେ, ପରବର୍ତ୍ତୀ ଉତ୍ସବ ଆରମ୍ଭ ହୋଇଥିଲା । ଯେଉଁଥିରେ ଆର୍ଜେଣ୍ଟିନା ଖେଳାଳିମାନଙ୍କୁ ପ୍ରଥମେ ମଞ୍ଚକୁ ଡକାଯାଇଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ଖେଳାଳିଙ୍କୁ ପଦକ ପ୍ରଦାନ କରିବାର ଥିଲା । ଆର୍ଜେଣ୍ଟିନା ଖେଳାଳିମାନେ ରନର୍ସଅପ୍ ପଦକ ଗ୍ରହଣ କରିବାର ଥିଲା। ମେସି ପ୍ରଥମେ ମଞ୍ଚରେ ପହଞ୍ଚି ଟ୍ରମ୍ପଙ୍କ ସହ ହାତ ହଲାଇ ଆଗକୁ ଚାଲିବାକୁ ଲାଗିଲେ । କିନ୍ତୁ ଟ୍ରମ୍ପ ତାଙ୍କୁ ଅଟକାଇଲେ । ସେ ମେସିଙ୍କୁ କହିଲେ ଯେ, ତାଙ୍କୁ ମଧ୍ୟ ପଦକ ପିନ୍ଧିବାକୁ ପଡିବ। ଟ୍ରମ୍ପ ଯେତେବେଳେ ତାଙ୍କ ବେକରେ ରନର୍ସଅପ୍ ପଦକ ରଖିଥିଲେ, ସେ ଉଦାସ ହୋଇଯାଇଥିଲେ ଆଖିରେ ଲୁହ ଆସିଯାଇଥିଲା । ୩୯ ବର୍ଷୀୟ କିମ୍ବଦନ୍ତୀଙ୍କ ଆଖିରେ ଲୁହ କେବଳ ପରାଜୟ ଯୋଗୁଁ ନୁହେଁ, ବରଂ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଦୁଃଖଦ ଅନ୍ତ ପାଇଁ ମଧ୍ୟ ଥିଲା । ମେସି କାନ୍ଦିବା ସମୟରେ, ସ୍ପାନିସ୍ ଖେଳାଳି ୟାମାଲ ତାଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଆଲିଙ୍ଗନ କରିଥିଲେ । ୧୯ ବର୍ଷୀୟ ଖେଳାଳି, ଯାହାଙ୍କୁ ଦିନେ ମେସି କୋଳରେ ବସାଇ ଖୁଆଇଥିଲେ ସେ ତାଙ୍କ ଆଇଡଲକୁ ସାନ୍ତ୍ୱନା ଦେଇଛନ୍ତି ।

ଏହା ବି ପଢନ୍ତୁ...FIFA World Cup Final: ଫୁଟବଲ ବାଦଶାହା ସ୍ପେନ୍, ମେସିଙ୍କ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ଦେଲା ମାତ୍‌ 


ଫିଫା ବିଶ୍ୱକପରେ ମେସିଙ୍କ ପ୍ରଦର୍ଶନ- ଫିଫା ବିଶ୍ୱକପ୍ ପରାଜୟ ସତ୍ତ୍ୱେ, ମେସି ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ସେ ୮ଟି ମ୍ୟାଚରେ ୮ଟି ଗୋଲ ସ୍କୋର କରିଥିଲେ । ୪ଟି ସହାୟତା ଦେଇଥିଲେ, ଯାହା ୧୨ଟି ଗୋଲରେ ଅବଦାନ ରଖିଥିଲା । ମେସି ଆର୍ଜେଣ୍ଟିନାକୁ ଗ୍ରୁପ ପର୍ଯ୍ୟାୟରୁ ନକଆଉଟ୍ ପର୍ଯ୍ୟାୟକୁ ନେଇଥିଲେ। ଆଲଜେରିଆ ବିପକ୍ଷରେ ତାଙ୍କର ହ୍ୟାଟ୍ରିକ୍, ଅଷ୍ଟ୍ରିଆ ଏବଂ ଅନ୍ୟାନ୍ୟ ମ୍ୟାଚରେ ତାଙ୍କର ଗୋଲ ଏବଂ ସହାୟତା ପ୍ରମାଣିତ କରିଥିଲା ​​ଯେ, ବୟସ କେବଳ ଏକ ସଂଖ୍ୟା । ମେସି ବିଶ୍ୱକପ୍ ଇତିହାସରେ ୨୧ଟି ଗୋଲ କରିଛନ୍ତି, ଯାହା ଏକ ବିଶ୍ୱ ରେକର୍ଡ ।