ନୂଆଦିଲ୍ଲୀ,୨୦/୦୭; ଦୁଇ ଦିନ ତଳେ ତାଙ୍କର ଅବସର ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ସୋସିଆଲ ମିଡିଆ ଖୋଲିଦେଲେ କେବଳ ସେହି ଗୋଟିଏ ଖବର । ଲର୍ଡ୍ସରେ ଦିନିକିଆ ହେବ ତାଙ୍କର ଶେଷ ମ୍ୟାଚ୍ । ବିସିସିଆଇ ତାଙ୍କୁ କହି ସାରିଛି, ଆଉ ଟିମ୍ ଇଣ୍ଡିଆ ଜର୍ସିରେ ସେ ନଜର ଆସିବେ ନାହିଁ । ଫର୍ମରେ ନାହାନ୍ତି । ଫିଟନେସ୍ ନାହିଁ, ୨୦୨୭ ବିଶ୍ୱକପ ଖେଳିବେ ନାହିଁ ହିଟମ୍ୟାନ୍ ରୋହିତ ଶର୍ମା । ଏ ସବୁର ଜବାବ ବ୍ୟାଟରେ ଦେଇଛନ୍ତି ରୋ-ହିଟ୍ । ଲର୍ଡ୍ସରେ ସେ କେବଳ ଫର୍ମ ଫେରି ପାଇ ନାହାନ୍ତି ବ୍ୟାଟରେ ବିସ୍ଫୋରଣ ଘଟାଇ ଧୂଆଁଧାର ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ୧୧୦ ବଲ୍, ୧୩୮ ରନ୍ । ୧୭ ଚୌକା ଏବଂ ୫ ଛକା । ଷ୍ଟ୍ରାଇକ୍ ରେଟ୍ ୧୨୫.୪୫ । ଐତିହାସିକ ଲର୍ଡ୍ସରେ ହିଟମ୍ୟାନ୍ ଅବତାର ଦେଖାଇଥିଲେ ରୋହିତ । ସେ ମୈଦାନରେ ଖେଳୁଥିଲେ ପତ୍ନୀ ରିତିକାଙ୍କ ଆଖିଲେ ଲୁହ ଥିଲା । ରୋହିତ ଶତକ ହାସଲ କରିବା ପରେ ଭାବୁକ ହୋଇପଡିଥିଲେ ରିତିକା । ଅବସର ଗୁଜବ ଭିତରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଧୂଆଁଧାର ଇନିଂସ ଦେଖିବା ପରେ ଭାବୁକ ହୋଇ ପଡିଥିଲେ ପତ୍ନୀ ରିତିକା ସଜଦେହ । ଯାହା କ୍ୟାମେରାରେ କଏଦ ହୋଇଥିଲା ।
ଟି-ଟ୍ୱେଣ୍ଟି ସିରିଜ ପରେ, ଭାରତ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା । ସିରିଜକୁ ଇଂଲଣ୍ଡ ୨-୧ରେ ଜିତିଛି । ରବିବାର କ୍ରିକେଟ୍ ମକ୍କା ଲର୍ଡ୍ସରେ ଏକ ହାଇ ସ୍କୋରିଂ ମ୍ୟାଚରେ ଭାରତ ୨୬ ରନରେ ପରାସ୍ତ ହୋଇଛି । ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏହି କର ବା ମର୍ ମ୍ୟାଚରେ ଶତକ ହାସଲ କରିଥିଲେ ତାଙ୍କ ସମାଲୋଚକଙ୍କୁ ଚୁପ୍ କରିଥିଲେ, କିନ୍ତୁ ତାଙ୍କ ଇନିଂସ ଦଳ ପାଇଁ ବିଜୟ ସୁନିଶ୍ଚିତ କରି ପାରିନଥିଲା । ୩୮୮ରନ୍ ଟାର୍ଗେଟ ପିଛା କରୁଥିବା ଭାରତର ରୋହିତ ଏବଂ ଶୁଭମନ ଭଲ ଆରମ୍ଭ କରିଥିଲେ । ରୋହିତ ଇଂଲିସ୍ ବୋଲରଙ୍କୁ ସାମ୍ନା କରି ଶତକ ଆଡକୁ ଆଗ୍ରସର ହେଉଥିଲେ । ଷ୍ଟାଣ୍ଡରେ ବସିଥିବା ତାଙ୍କ ପତ୍ନୀ ରିତିକା ସଦଦେହ ନିଜ ଲୁହକୁ ଅଟକାଇ ପାରିନଥିଲେ । ରୋହିତ ସେଞ୍ଜୁରୀ ମାରି ବ୍ୟାଟ୍ ଉଠାଇବା ମାତ୍ରେ କ୍ୟାମେରା ରିତିକାଙ୍କୁ ଉପରେ ପଡିଥିଲା । ତାଙ୍କ ଆଖିରେ ସ୍ୱାମୀ ରୋହିତଙ୍କ ସଫଳତାର ଲୁହ ଥିଲା । ତୃତୀୟ ଦିନିକିଆ ପୂର୍ବରୁ ରୋହିତଙ୍କ ଅବସରକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବିସିସିଆଇ ଏହାକୁ ଖାରଜ କରିଥିଲା । ଏପରି ପରିସ୍ଥିତିରେ ରୋହିତଙ୍କ ଧୂଆଁଧାର ବ୍ୟାଟିଂ ଦେଖି ଇମୋସନାଲ ହୋଇପଡିଥିଲେ ରିତିକି । ରୋହିତ ଆଉଟ୍ ହେବା ପରେ ପୁରା ଲର୍ଡ୍ସ ତାଙ୍କୁ ସଲାମ୍ କରିଥିଲା । ଗ୍ରାଉଣ୍ଡରେ ଥିବା ଫ୍ୟାନ୍ସ, ବିସିସିଆଇ ଷ୍ଟାଫ୍ ବି ଛିଡା ହୋଇ ରୋହିତଙ୍କ ପାଇଁ ତାଳି ମାରିଥିଲେ ।
ହିଟ୍ମ୍ୟାନ୍ଙ୍କ ଶତକ ସତ୍ତ୍ୱେ ହାରିଲା ଭାରତ- ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮୭ ରନ୍ ର ଏକ ବିରାଟ ସ୍କୋର କରିଥିଲା। ଜବାବରେ, ଭାରତୀୟ ଦଳ ଦମଦାର ଲଢ଼େଇ କରିଥିଲା। ରୋହିତ ଶର୍ମା ୧୩୮ ରନର ଦମଦାର ଇନିଂସ ଖେଳିଥିଲେ । ବିରାଟ କୋହଲି, ଅଧିନାୟକ ଶୁଭମନ ଗିଲ ଦୃଢ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଅନ୍ୟ କେହି ବ୍ୟାଟର ସଫଳ ହୋଇନଥିଲେ । ଦଳ ୭ ୱିକେଟ୍ ହରାଇ ୩୬୦ ରନ୍ କରିପାରିଥିଲା । ଭାରତ ୨୭ ରନରେ ମ୍ୟାଚ୍ ହାରିବା ସହ ସିରିଜ୍ ହରାଇଲା ।
ଏହା ବି ପଢନ୍ତୁ...IND VS END ODI: ରୋହିତଙ୍କ ଧୂଆଁଧାର ଶତକ ବୃଥା...ଭାରତକୁ ହରାଇ ୨-୧ରେ ସିରିଜ୍ କବ୍ଜା କଲା ଇଂଲଣ୍ଡ
୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି ଘରୋଇ ଇଂଲଣ୍ଡ । ୨୦୧୯ ପରେ ଏହା ଭାରତ ବିପକ୍ଷରେ ଇଂଲଣ୍ଡର ପ୍ରଥମ ଦିନିକିଆ ସିରିଜ୍ ବିଜୟ । ଏହି ପରାଜୟ ସହିତ ଭାରତ ଗତ ୧୦ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଛି । ଗୋଟିଏ ମ୍ୟାଚ ପରିଣାମ ଶୂନ୍ୟ ଥିଲା । ଏହା ପୂର୍ବରୁ ଆୟୋଜକ ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ୪-୦ରେ ଜିତିଥିଲା । ଶ୍ରେୟାସ ଆୟର ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧, ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ ଏବଂ ଇଂଲଣ୍ଡ ବିପକ୍ଷରେ ୨-୧ରେ ଦିନିକିଆ ସିରିଜ୍ ହାରିଛି ଭାରତ । କେବଲ ଆଫଗାନିସ୍ତାନ ବିପକ୍ଷରେ ୩-୦ରେ ହ୍ୱାଇଟୱାସ୍ କରିଥିଲା ଟିମ୍ ଇଣ୍ଡିଆ ।