ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା : ୩ ଟ୍ରେନର ଗତିପଥ ପରିବର୍ତ୍ତନ

Published By : Suraj Kumar | March 30, 2025 4:52 PM

ଭୁବନେଶ୍ବର, ୩୦।୩ : ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ପରେ ୩ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ଧଉଳି ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ ଓ ପୁରୁଲିଆ ସୁପରଫାଷ୍ଟର ଗତିପଥ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ। ଖୁବ ଶୀଘ୍ର ଆରମ୍ଭ ହେବ ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ । ଅଫଲାଇନରେ ଟ୍ରେନ ଚଳାଚଳ ଚାଲିଛି ବୋଲି ପୂର୍ବତଟ ରେଳପଥ  ସିପିଆରଓ ସୂଚନା ଦେଇଛନ୍ତି।  

କଟକ ମଙ୍ଗୁଳି ଚୌଦ୍ବାର ନିର୍ଗୁଣ୍ତି ନିକଟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା । ଫଳରେ ଧରଣାରୁ ୧୧ ଟି ବଗି ଖସି ଯାଇଥିଲା । ଦୁର୍ଘଟଣା ହେବା ଫଳରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଡରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯାତ୍ରୀ ଜଣକ ପଶ୍ଚିମବଙ୍ଗର ଶୁଭଙ୍କର।  ସେହିପରି ୧୨ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।  ଅଧାବାଟରେ ଫସିରହିଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଡାଉନଲାଇନରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି। 

ଅନ୍ୟପକ୍ଷରେ  ଦୁର୍ଘଟଣା ପରେ ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ହେଲ୍ପ ନଂ ଜାରି କରାଯାଇଛି। ଭୁବନେଶ୍ୱର ପ୍ଲାଟଫର୍ମ ନଂ ୧ ରେ ହେଲ୍ପଡେସ୍କ ନମ୍ବର ୮୧୧୪୩୮୨୩୭୧ ଜାରି କରାଯାଇଛି । ଭୁବନେଶ୍ୱରରେ ୮୪୫୫୮୮୫୯୯୯ ଏବଂ କଟକରେ ୮୯୯୧୧୨୪୨୩୮,   ୮୯୯୧୧୨୪୨୩୮ ହେଲ୍ପଲାଇନ୍‌ ନମ୍ୱର ଜାରି ହୋଇଛି । ସେହିଭଳି ଭଦ୍ରକ ପାଇଁ ହେଲ୍ପଲାଇନ୍‌ ନମ୍ୱର ୯୪୩୭୪୪୩୪୬୯  ଜାରି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.