ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ବଢ଼ିବାରେ ଲାଗିଛି ତୈଳ ଦର । ଯୁଦ୍ଧ ପାଇଁ ଭାରତ ସମେତ ଅନେକ ଦେଶରେ ବଢ଼ିବାରେ ପେଟ୍ରୋଲ-ଡିଜେଲ୍ ଦାମ । ଭାରତରେ ନିକଟରେ ଦାମ ବଢ଼ିଥିବାବେଳେ ପୁଣି ମହଙ୍ଗା ହେବ ବୋଲି ଖବର ପ୍ରକାଶ ପାଇଛି । ରେଟିଂ ଏଜେନ୍ସି କ୍ରିସିଲ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କି, ପୁଣିଥରେ ବଢ଼ିବ ପେଟ୍ରୋଲ-ଡିଜେଲ ଦାମ ।
ଗତ ମାସରେ ମୋଟ ୪ଥରରେ ୭.୫୦ ବୃଦ୍ଧି ହୋଇଥିବାବେଳେ ପୁଣିଥିରେ ପରିବହନ, ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ପୁଣିଥରେ ମହଙ୍ଗା ହେବ ଦାମ । ଲିଟର ପିଛା ୨.୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି କୁହାଯାଉଛି । ମୋଟ ଉପରେ ୨ ମାସ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ହେବାକୁ ଯାଉଛି ।
ଭାରତରେ ପ୍ରାୟ 71 ପ୍ରତିଶତ ମାଲ ପରିବହନ ସଡ଼କ ପରିବହନ ମାଧ୍ୟମରେ କରାଯାଏ। ଏହି କ୍ଷେତ୍ରରେ ଇନ୍ଧନ ଖର୍ଚ୍ଚ ପ୍ରାୟ 42 ପ୍ରତିଶତ। ଫଳସ୍ୱରୂପ, ଯଦି ଇନ୍ଧନ ମହଙ୍ଗା ହୁଏ, ତେବେ ମାଲ ପରିବହନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ଦ୍ରୁତ ଭାବରେ ବୃଦ୍ଧି ପାଇବ, ଯାହା ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ। ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଦ୍ୱାରା ଲଜିଷ୍ଟିକ୍ସ ଉପରେ ନିର୍ଭରଶୀଳ ସାମଗ୍ରୀ, ଯେପରିକି ଦୁଗ୍ଧଜାତ ଦ୍ରବ୍ୟ, ଚା, କଫି, ଫଳ, ଡାଲି, ମସଲା, ଅଣ୍ଡା, ମାଂସ ଏବଂ ମାଛ ଉପରେ ସର୍ବାଧିକ ପ୍ରଭାବ ପଡ଼ିବ।
ଏହାସହ ପଢ଼ନ୍ତୁ : ମମତାଙ୍କୁ ହୁମାୟୂନଙ୍କ ଅଫର, କହିଲେ ମୋ ଆସନରୁ ଲଢ଼ ଉପନିର୍ବାଚନ