ଭୁବନେଶ୍ବର, ୨୭।୧୧ : ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ବାରିପଦା ସ୍ବତନ୍ତ୍ର ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାରିପଦା ଜଳସେଚନ ସର୍କଲର ଏସଇ କାର୍ଯ୍ୟାଳୟର ଅବସରପ୍ରାପ୍ତ ଜୁନିୟର ଗ୍ରେଡ ଡେସପାଚର ଗୌରହରି ପାତ୍ର।ବ୍ୟାଙ୍କ ଅଧିକାରୀଙ୍କ ମିଥ୍ୟା ଟ୍ରେଜେରୀ ଚାଲାଣ ଏବଂ ରବର ସିଲ୍ ପ୍ରସ୍ତୁତ କରି ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗୌରହରିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।ଏହାର ବିଚାର କରି ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଉପରୋକ୍ତ ରାୟ ଦର୍ଶାଇଛନ୍ତି।