ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ୍ରିକେଟ ଖେଳରୁ ମହାଭାରତ : ସାଙ୍ଗ ଭୁସି ଦେଲା ମଦ ବୋତଲ

ଟାଙ୍ଗୀ, ୪।୫ :  କ୍ରିକେଟ ଖେଳରୁ ମହାଭାରତ । ସାଙ୍ଗ ଭୁସି ଦେଲା  ସାଙ୍ଗ ବେକରେ ମଦ ବୋତଲ।  ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଥାନା ଅଧିନସ୍ଥ କୟଥପଲା ଗାଁର ଖେଳ ପଡିଆରେ ଘଟିଛି ଏହି ଅଘଟଣ । 

ଅପରାହ୍ନ ସମୟରେ ସାଙ୍ଗ ମାନଙ୍କ ମଧ୍ୟରେ ଚାଲିଥିଲା କ୍ରିକେଟ ଖେଳ । ବ୍ୟାଟିଂ ବେଳେ 'ନୋ' ବଲ   ବୋଲିଂ କୁ  ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ତା'ପରେ ଗୋଟିଏ ସାଙ୍ଗ ଅନ୍ୟ ଏକ ସାଙ୍ଗର ବେକରେ ଭର୍ତ୍ତି କରିଦେଲେ ବିୟର ବୋତଲ ।  ଏହା ପରେ ଗୁରୁତର ଆହତ ହୋଇଥିବା ଆଦିତ୍ୟ ବିଶୋଇଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଉଦବେଗଜନକ ସ୍ଥିତିରେ ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଘଟିବା ପରେ ଆକ୍ରମଣକାରୀ ଉତ୍ତମ ମଙ୍ଗରାଜ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ଆହୁରି ପଢନ୍ତୁ : ଖାଇବା ଦେବାରେ ହେଲା ବିଳମ୍ବ, ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.