ଭୁବନେଶ୍ବର, ୨୭।୪ : ସାଙ୍ଗକୁ ହାଣିଲା ସାଙ୍ଗ। ଟଙ୍କା ନେଣଦେଣକୁ ନେଇ ହଣାକଟା। ଧାର ଟଙ୍କା ନ ଶୁଝି ପାରିବାରୁ ସାଙ୍ଗକୁ ଟାଙ୍ଗିଆରେ ହାଣିଲା ସାଙ୍ଗ। ଆକ୍ରମଣରେ ସାଙ୍ଗ ଗୁରୁତର। ଆହତ ଯୁବକ ଜଣକ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମୁକେଶ ରାଉତ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆକ୍ରମଣ କରିଥିବା ଯୁବକଙ୍କୁ ଧରିବା ପାଇଁ ପୁଲିସର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଆହୁର ପଢନ୍ତୁ : ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ