ଭୁବନେଶ୍ବର, ୨।୪ : ରାଜଧାନୀ ଭୁବନେଶ୍ୱରରେ ବୋମା ମାଡ଼। ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ । ଲେଡିଜ୍ ହଷ୍ଟେଲରେ ବୋମା ମାଡ଼ ହୋଇଛି। ବୋମା ମାଡ଼ରେ ଲେଡିଜ୍ ହଷ୍ଟେଲରେ ରହୁଥିବା ୫ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଆହତ। ଆହତ ଯୁବତୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ହଷ୍ଟେଲ ଉପରକୁ ଲଗାତାର ଦୁଇଥର ବୋମା ମାଡ଼ ହୋଇଛି। ଦୁଇଟି ବୋମା ପକାଇଛନ୍ତି ମୁଖା ପିନ୍ଧା ଦୁର୍ବୁତ୍ତ । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଭିଡିଓ ନେଇ ତଦନ୍ତ କରିଛି। ଜମିବାଡ଼ି ମାମଲାକୁ ନେଇ ବୋମା ମାଡ଼ ହୋଇଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣା ପଡ଼ିଛି।