ଭୁବନେଶ୍ୱର ୨୭।୪ : ବ୍ଲାକରେ ବିକ୍ରି ହେଉଥିଲା ଗ୍ୟାସ୍ । ଖବର ପାଇ ଚଢାଉ କଲା ପୋଲିସ । ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଏକ ଟେମ୍ପୋକୁ ଜବତ କରିଛି । ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ଏହି ଘଟଣା ଦେଖିବାକୁ ମିଳିଛି। ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ମନୋଜ କୁମାର ସାହୁ ।
ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରେ ଚୋରାରେ ଗ୍ୟାସ୍ ସିଲିଣ୍ଡର ବିକ୍ରି ହେଉଥିଲା। ଗ୍ୟାସ୍ ସିଲିଣ୍ଡର ପିଛା ୩ ହଜାର ୫୦୦ ଟଙ୍କା ନେଉଥିଲେ ।ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ଏକ ଟେମ୍ପୋରୁ ୧୯ଟି ଗ୍ୟାସ ସିଲିଣ୍ଡର ଜବତ କରିଥିଲା। ୧୧ଟିରେ ଗ୍ୟାସ ଭର୍ତ୍ତି ହୋଇ ରହିଥିବା ବେଳେ ୮ଟି ଖାଲ୍ ସିଲିଣ୍ଡର ରହିଥିଲା । ପୁଲିସ ଗ୍ୟାସ ସହ ଗାଡି ଜବତ କରିଛି। ଏମାନେ ବିଭିନ୍ନ ଗ୍ୟାସ ଏଜେନ୍ସିର ନକଲି ରସିଦକୁ ଦେଖାଇ ଚେକିଂରେ ଖସି ଯାଉଥିଲେ । କିନ୍ତୁ ବ୍ଲାକ ମାର୍କେଟରେ ବିକ୍ରି ବେଳେ ସିଲିଣ୍ଡର ସହ ଗାଡ଼ିକୁ ଜବତ କରିଛି ପୋଲିସ ।
ଆହୁରି ପଢନ୍ତୁ :ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ମୃତ, ୪ ଆହତ