କଟକ, ୨୩/୧୦: ହୋଟେଲରେ ବେଟିଂ ଚାଲିଥିବା ବେଳେ ଚଢାଉ। କଟକ ଶିଖରପୁର ସ୍ଥିତ ଏକ ହୋଟେଲରେ ବେଟିଂ ଚାଲିଥିବା ସନ୍ଦେହ କରି ଚାଉଳିଆଗଞ୍ଜ ଥାନା ପୁଲିସ ଚଢାଉ କରିଛି । ଏହି ଘଟଣାରେ ୩୦ଜଣ ଅଟକ ଅଛନ୍ତି । ସେମାନଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ଜବତ ହୋଇଛି।
ସୂଚନାନୁଯାୟୀ, ଶିଖରପୁର ସ୍ଥିତ ଏକ ହୋଟେଲରେ ୩୦ଜଣ ଲୋକ ଏକାଠି ହୋଇଥିବା ଚାଉଳିଆଗଞ୍ଜ ଥାନା ପୁଲିସ ଖବର ପାଇଥିଲା। କ୍ରିକେଟ୍ ଖେଳରେ ବେଟିଂ ହେଉଥିବା ସନ୍ଦେହ କରି ପୁଲିସ ହୋଟେଲରେ ଚଢାଉ କରିଥିଲା। ଏହି ସମୟରେ ଗୋଟିଏ ରୁମ୍ରୁ ୩୦ ଜଣ ଯାକ ସନ୍ଦିଗ୍ଧ ଅବସ୍ଥାରେ ଧରା ପଡ଼ିଥିଲେ। ପୁଲିସ ସେମାନଙ୍କୁ ଆଣି ଥାନାରେ ଅଟକ ରଖିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ହୋଟେଲରେ ଜୁଆ ଖେଳ ଚାଲିଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଡିସିପିଙ୍କ ଉପସ୍ଥିତିରେ ପୁଲିସ ସମସ୍ତଙ୍କୁ ପଚରାଉଚରା ଚଳାଇଛି। ସେମାନଙ୍କ ମଧ୍ୟରେ କିଛି ପଶ୍ଚିମବଙ୍ଗ ଓ ବାଂଲାଦେଶୀ ଥିବା ସନ୍ଦେହ କରାଯାଉଛି। କିଛି ଦିନ ପୂର୍ବରୁ ଏହି ହୋଟେଲରୁ ସାଇବର ଠକ ଗିରଫ ହୋଇଥିଲେ। .webp)