ବ୍ରହ୍ମପୁର, ୪।୧ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦନାଥପୁର ପୁଲିସ। ପ୍ରାୟ ୩୦ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୁଲିସ। ଡିସେମ୍ବର ୯ରେ ମାମଲାର ସିଡି ଦାଖଲ କରିଥିଲା ପୁଲିସ।
ସୂଚନାଯୋଗ୍ୟ ଯେ ଆଇନଜୀବୀ ପୀତବାସ ପଣ୍ଡା ବୈକୁଣ୍ଠନଗରସ୍ଥିତ ଘରୁକୁ ଆସୁଥିବା ବେଳେ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ସମେତ ୧୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।