ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର, ୬ ଅଭିଯୁକ୍ତ ଗିରଫ

Published By : Harapriya Sethi | February 16, 2025 9:03 AM

ଭୁବନେଶ୍ୱର, ୧୬/୦୨: ବିଳମ୍ବିତ ରାତିରେ ନରସିଂହପୁର ପୋଲିସ ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ଚଢାଉ । ବେଆଇନ୍‌ ଗୋଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର କରି ଗୋଟିଏ ପିକଅପ୍‌ ଭ୍ୟାନ୍‌, ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଶାନ୍ତ ଜେନା, ଫକୀର ଜେନା, କୃଷ୍ଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ରବୀନ୍ଦ୍ର ସାହୁ ଓ ଗଣେଶ ମଲ୍ଲିକ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା  ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଏହି ଚଢାଉ ହୋଇଛି । 

ସୂଚନା ମୁତାବକ, ସଂରକ୍ଷିତ ଜଙ୍ଗଲରେ ବେଆଇନ୍‌ ଗୋଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶକ୍ରମେ ସ୍ପେସିଆଲ ସ୍କ୍ୱାଡ଼ ଓ ନରସିଂହପୁର ପୋଲିସ ପକ୍ଷରୁ ଶନିବାର ବିଳମ୍ୱିତ ରାତିରେ ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବନ୍ଧା ହୋଇ ରଖା ହୋଇଥିବା ୩୧ ଟି ଗୋରୁ ଉଦ୍ଧାର ହୋଇଥିଲା । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନରସିଂହପୁର ପୋଲିସ । ଜବତ ହୋଇଥିବା ଗୋରୁ ମାନଙ୍କୁ ଗୋ ଶାଳରେ ଛଡ଼ା ଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.