ଭୁବନେଶ୍ୱର,୨୯/୧୦: ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି ବାତ୍ୟା ମୋନ୍‌ଥା । ଦକ୍ଷିଣ ଓଡ଼ିଶାରେ ବି ମୋନ୍‌ଥାର ପ୍ରଭାବ ଦେଖିବାକୁ ମିଳିଛି । ଏ ନେଇ ବିସୃତ ତଥ୍ୟା ପ୍ରଦାନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଆମେ ବାତ୍ୟାରୁ ରକ୍ଷା ପାଇଯାଇଛୁ । ଏହା ଆମ ପାଇଁ ଡ୍ରେସ ରିହରସେଲ ଥିଲା । ୩୩ଟି ବ୍ଲକ ଓ ୧୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି । କିଛି ଜାଗାରେ ବର୍ଷାର ସମ୍ଭାବନା ରହିଛି । କାଲି ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡ଼ିବ । ଆସନ୍ତାକାଲିଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ମୋନ୍‌ଥା କ୍ଷୟକ୍ଷତି ବାବଦରେ ତଥ୍ୟ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,'' କିଛି ସ୍ଥାନରେ ଘର କ୍ଷତି ହେବାର ସୂଚନା ମିଳିଛି । ରିପୋର୍ଟ ଆସିବା ମାତ୍ରେ ସରକାର କ୍ଷତିପୂରଣ ଦିଆଯିବ । କ୍ଷତି ହୋଇଥିବା ଫସଲ ଠିକ ଆକଳନ କରିବେ ଅଧିକାରୀ । ୭୨ ଘଣ୍ଟାରେ ଦେବେ ରିପୋର୍ଟ । ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ । ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି । ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନମ୍ବର ମାଗିବେ ଅଧିକାରି । ଅନଲାଇନରେ ତୁରନ୍ତ କ୍ଷତି ପୂରଣ ଦିଆଯିବ । ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ସର୍ବାଧିକ ୧୫୦ ମିଲିମିଟର ବର୍ଷା ହୋଇଛି । ୫୬ଟା ବ୍ଲକରେ ୫୦ ରୁ ୧୦୦ ମିଳିମିଟର ବର୍ଷା ହୋଇଛି । ୧୬୧ଟି ଟିମ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ । ୨୧୬୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୯ ହଜାର ଲୋକଙ୍କ ସ୍ଥାନାନ୍ତରିତ କରାଯାଇଛି । ୨୧୮୯ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ତାନାନ୍ତର କରାଯାଇଥିଲା । ନିରବଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା । ବିଦ୍ୟୁତ ସେବା ସଂଯୋଗ ସରିଲାଣି । ଗଛ କାଟି ରାସ୍ତା ସଫା କରାଯାଇଛି ।''

ବାତ୍ୟା ମୋନ୍‌ଥା ମୁକାବିଲା ବାବଦରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ''୩୨୬ ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ୨୯ ଅକ୍ଟୋବର ଆଜିର ଦିନରେ ୧୯୯୯ ମସିହାରେ ମହାବାତ୍ୟା ଆସିଥିଲା । ଆଇଏମ୍‌ଡ଼ିର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ମୋନ୍‌ଥା ବି ୨୯ ତାରିଖରେ ହେବାର ଥିଲା । ସାମ୍ଭାବ୍ୟ ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି । ଭଗବାନ୍‌ଙ୍କ ଆଶୀର୍ବାଦରୁ ପ୍ରକୋପ ଅଧିକ ହେଲା ନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରି ଓଡ଼ିଶା ସୀମା ଛୁଇଁ ଝାଡ଼ଖଣ୍ଡ ପଳାଇଛି ।''