ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭମେଳାରେ ତତ୍ପର ହୋଇଛନ୍ତି ବିଭିନ୍ନ ବ୍ରାଣ୍ଡ୍‌, ବିଜ୍ଞାପନ, ମାର୍କେଟିଂରେ ଖର୍ଚ୍ଚ ହେବ ୩୬୦୦ କୋଟି

Published By : Krishna Priya | January 18, 2025 11:43 AM

ମୁମ୍ବାଇ ୧୮/୦୧: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭମେଳାରେ ଲୋକଙ୍କ ମହସମାଗମ ମଧ୍ୟରେ ବ୍ରାଣ୍ଡ୍‌ଗୁଡ଼ିକ ହୋଇଯାଇଛନ୍ତି ତତ୍ପର  । କୋଟି କୋଟି ଗ୍ରାହକଙ୍କୁ ଟାଣିବା ପାଇଁ ଏଭଳି ଏକ ସୁଯୋଗକୁ ହାତଛଡ଼ା କରିବାକୁ ଚାହାନ୍ତିନି ଏମାନେ । ନିଜ ନିଜର ବ୍ରାଣ୍ଡ୍‌କୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ମହାକୁମ୍ଭ ସମୟରେ ବିଜ୍ଞାପନ ଏବଂ ମାର୍କେଟିଂରେ ମୋଟା ଅର୍ଥ ବୁହାଉଛନ୍ତି । 

ସମ୍ପ୍ରତି ଅର୍ଥନୀତି ଚାହିଦା ହ୍ରାସ ସମସ୍ୟା ଦେଇ ଗତି କରୁଛି । ମଧ୍ୟବିତ୍ତ ଦେଖିଚାହିଁ ଖର୍ଚ୍ଚ କରୁଛି । ଏପରି ସ୍ଥିତିରେ ୧୨ ବର୍ଷ ପରେ ଆୟୋଜିତ ମହାକୁମ୍ଭମେଳାକୁ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରିଛନ୍ତି କମ୍ପାନି । ଏଥର କୁମ୍ଭମେଳାରେ ୪୦ କୋଟି ଲୋକଙ୍କ ସମାଗମ ହେବା ନେଇ ଅନୁମାନ ରହିଛି । ଏହା କମ୍ପାନିଗୁଡ଼ିକୁ ନିଜ ନିଜ ବ୍ରାଣ୍ଡ୍‌ର ପ୍ରଚାର ଲାଗି ସୁଯୋଗ ଦେଇଛି । ୪୦ କୋଟି ଲୋକଙ୍କ ଆଗରେ ବ୍ରାଣ୍ଡ୍‌ର ପ୍ରଚାର କରିବା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ସକାରାତ୍ମକ ଫଳ ଆଣିବ ବୋଲି କମ୍ପାନିଗୁଡ଼ିକ ଦୃଢ଼ ଆଶା ରଖିଛନ୍ତି । ତେଣୁ ମହାକୁମ୍ଭମେଳାରେ ଏବେ ବ୍ରାଣ୍ଡ୍‌ଗୁଡ଼ିକର ଆସର । 

ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକଠାରୁ ଆରମ୍ଭ କରି ବ୍ୟାଙ୍କ, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକ କୁମ୍ଭମେଳାରେ ସେମାନଙ୍କ ବ୍ରାଣ୍ଡଗୁଡ଼ିକର ବିପଣନ ପାଇଁ ବିଭିନ୍ନ ପ୍ରକାର ପ୍ରଚାର କାର୍ଯ୍ୟକ୍ରମ ଚଳାଇଛନ୍ତି । ନୂଆ ପ୍ରଡ଼କ୍ଟ ଲଞ୍ଚ୍‌ କରୁଛନ୍ତି । ମହାକୁମ୍ଭରେ ବ୍ରାଣ୍ଡ୍‌ଗୁଡ଼ିକର ବିଜ୍ଞାପନ ଏବଂ ବିପଣନ ପାଇଁ କମ୍ପାନିଗୁଡ଼ିକ ପ୍ରାୟ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୫% ଅର୍ଥ ଆଉଟ୍‌ଡୋର୍‌ ଆଡ୍‌ଭର୍ଟାଇଜିଂରେ ଖର୍ଚ୍ଚ ହେବ ବୋଲି କୁହନ୍ତ ବିଜ୍‌ନେସ୍‌ ଏବଂ ବ୍ରାଣ୍ଡ୍‌ ଷ୍ଟ୍ରାଟେଜି ବିଶେଷଜ୍ଞ ହରୀଶ ବିଜୁର । କେଡିଫ୍‌ଫ୍ୟୁଜନ୍‌ର ଅଧ୍ୟକ୍ଷ ସନ୍ଦୀପ ଗୋୟଲ କୁହନ୍ତି, ମହାକୁମ୍ଭରେ ପ୍ରଚାର କରିବା ଦ୍ୱାରା ବ୍ରାଣ୍ଡଗୁଡ଼ିକ ଉପରେ ଲୋକଙ୍କ ନଜର ପଡ଼ିଥାଏ । ଅଧିକାଂଶ ବ୍ରାଣ୍ଡ ଏହାକୁ ସୁଯୋଗ ଭାବେ ଗ୍ରହଣ କରିଥାନ୍ତି । 

ବ୍ରାଣ୍ଡଗୁଡ଼ିକ ପାଇଁ ମହାକୁମ୍ଭ ମଧ୍ୟ ଏକ ଭଲ ଟେଷ୍ଟିଂ ଗ୍ରାଉଣ୍ଡ୍‌ ହୋଇପାରିବ । ନୂଆ ଉତ୍ପାଦ ପାଇଁ କମ୍ପାନିଗୁଡ଼ିକ ଗ୍ରାହକଙ୍କ ଅନ୍‌ ସ୍ପଟ୍‌ ଫିଡ୍‌ବ୍ୟାକ୍‌ ନେଇପାରିବେ । ତଦନୁସାରେ ସେମାନେ ବଜାର ରଣନୀତି ପ୍ରସ୍ତୁତ କରିପାରିବେ ବୋଲି ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି । ନିଜ ନିଜ ପ୍ରଡକ୍ଟକୁ ଦେଖାଇ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଡାବର, ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ୍‌ସ, ପେପ୍‌ସିକୋ, କୋକାକୋଲା ଏବଂ ଆଇଟିସି ଭଳି ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ କୁମ୍ଭମେଳାରେ ରୁଣ୍ଡ ହୋଇଛନ୍ତି । କିଛି କମ୍ପାନି ସେମାନଙ୍କ ବ୍ରାଣ୍ଡ୍‌ଗୁଡ଼ିକର ବଡ଼ ବଡ଼ ହୋର୍ଡିଂ ଇନ୍‌ଷ୍ଟଲ୍‌ କରିଛନ୍ତି । କେତେକ କମ୍ପାନି ପ୍ରଡକ୍ଟ ବୁଥ୍‌ ନିର୍ମାଣ କରିଛନ୍ତି । ପ୍ରଡକ୍ଟ ଯୋଗାଣରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ କମ୍ପାନିଗୁଡ଼ିକ ଯତ୍ନବାନ ରହିଛନ୍ତି । 

ହାଜ୍‌ମୋଲାର ପ୍ରଚାର ପାଇଁ ଡାବର ସହର ଏବଂ ଜାତୀୟ ରାଜପଥରେ ଢାବା ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସହ ଅନୁବନ୍ଧିତ ହୋଇଛି । ବ୍ରାଣ୍ଡ-ଆକ୍ଟିଭେସନ ପାଇଁ କମ୍ପାନି ଖର୍ଚ୍ଚ କରୁଛି । ଘାଟରେ ମହିଳା ଭକ୍ତମାନଙ୍କ ପାଇଁ ଚେଞ୍ଜିଂ ରୁମ୍‌ ବ୍ୟବସ୍ଥା କରିଛି କମ୍ପାନି । ବେବି କେୟାର୍‌ ରୁମ୍‌ ହୋଇଛି, ଯାହାକୁ କମ୍ପାନି ହେୟାର୍‌ କେୟାର୍‌ ଏବଂ ବେବି କେୟାର ବ୍ରାଣ୍ଡ୍‌ ସହିତ ବ୍ରାଣ୍ଡିଂ କରିଛି । ଗ୍ରାହକଙ୍କ ସହ ଯୋଡ଼ି ହେବା ପାଇଁ ଏହା ଏକ ଉତ୍ତମ ଅବସର ବୋଲି କୁହନ୍ତି ଡାବର ଇଣ୍ଡିଆ ସିଇଓ ମୋହିତ ମଲ୍‌ହୋତ୍ରା । ଆଗକୁ କମ୍ପାନିର ବିକ୍ରିରେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । 

ସେହିଭଳି ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଏହାର କାମ୍ପା ବ୍ରାଣ୍ଡ୍‌ର ପ୍ରଚାର ଜୋରସୋର କରୁଛି । ପ୍ରଡକ୍ଟ ନମୂନା ଏମଂ ସ୍ନାକ୍ସ ଆଇଟମ୍‌ଗୁଡ଼ିକର ମାର୍କେଟିଂରେ ଏହା ମୋଟା ଅର୍ଥ ବ୍ୟୟ କରୁଛି । ଆଇଟିସି ଏବଂ କୋକାକୋଲା ମଧ୍ୟ ସମାନ ରଣନୀତି ନେଇ ପ୍ରଚାର କାର୍ଯ୍ୟକ୍ରମରେ ମାତିଛନ୍ତି । ବ୍ୟାଙ୍କିଙ୍ଗ୍‌ ସେଗ୍‌ମେଣ୍ଟରେ ବ୍ୟାଙ୍କ୍‌ ଅଫ୍‌ ବରୋଦା ଏହାର ନୂଆ ୟୁପିଆଇ ପେମେଣ୍ଟ ପିଏସ୍‌ପି ଆପ୍‌ ବିଓବି ଇପେ’ର ପ୍ରଚାର କରୁଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.