କେସିଙ୍ଗା,୩୦।୧୧; କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଚେତାବନୀ ସାହିତ୍ୟ ସଂସଦ'ର ୩୭ ତମ ପୁଷପୁନି ଭେଟଘାଟ ଓ ରାଜ୍ୟ ସ୍ତରୀୟ ଲେଖକ ସମାବେଶର ଉଦଘାଟିତ ହୋଇଯାଇଛି। କେସିଙ୍ଗା ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମୁକ୍ତ ମଞ୍ଚରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ କବି ଓ ଅନୁବାଦକ ଡଃ.ଭଗବାନ ଜୟସିଂହ ଯୋଗ ଦେଇ ଉଦଘାଟନ କରିଥିଲେ । 'ଚେତାବନୀ ସାହିତ୍ୟ ସଂସଦ'ର ସଭାପତି ଯାଜ୍ଞସେନୀ ସାହାଙ୍କ ସଭାପତିତ୍ବରେ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦାନ କରିଥିଲେ ।
ସେହିପରି ଏଥିରେ ବିଶିଷ୍ଟ ଅତିଥି ଭାବେ କଥାଶିଳ୍ପୀ ଲକ୍ଷ୍ମୀ ଚାନ୍ଦ ଓ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ସ୍ବତନ୍ତ୍ର ଅତିଥି ଭାବେ କବି ଡଃ.ସେନାପତି ପ୍ରଦ୍ୟୁମ୍ନ କେଶରୀ ଯୋଗଦାନ କରିଥିଲେ । ଉଦଘାଟନୀ ଉତ୍ସବରେ'ଚେତାବନୀ ସାହିତ୍ୟ ସଂସଦ'ର ସାଂସ୍କୃତିକ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ ଓ ସହ ସମ୍ପାଦକ ଭାଗିରଥି ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ପରେ ବରିଷ୍ଠ ସାହିତ୍ୟିକ ମଞ୍ଜୁମେଧା ଗୁରୁଙ୍କ ସଭାପତିତ୍ବରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଉଦଯାପନୀ ପର୍ବ ତଥା ରାଜ୍ୟ ସ୍ତରୀୟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଓ 'ସାରସ୍ବତ ସୈ।ମ୍ୟା' ନୂତନ ସଂଖ୍ୟା ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି ।