ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ

Published By : Harapriya Sethi | November 1, 2024 12:22 PM

ବୌଦ୍ଧ, ୦୧/୧୧: ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ । କୁରୁକୁପା ଛକ ନିକଟରେ କାର୍‌ରୁ ଜବତ ହେଲା ୨୩ କେଜି ଗଞ୍ଜେଇ । ଘଟଣାରେ ୪ ଜଣ ଚାଲାଣକାରୀଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ଭବାନୀପାଟଣା ଜିଲ୍ଲାର ଜିତୁ ମାଝୀ, ଜୟଲାଲ୍ ଲୁହାଜ୍ ବ୍ୟାଲ, ଚନ୍ଦ୍ର ବେହେରା ଓ କନ୍ଦର୍ପ ଘିବେଲା ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁରୁକୁପା ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଘଣ୍ଟାପଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଘଣ୍ଟାପଡ଼ା ଥାନା ପୋଲିସ । ଖବର ପାଇ ପୋଲିସ ୪୧ନଂ ମନମୁଣ୍ଡା -ସିନ୍ଧୁଗୋରା ରାଜ୍ୟ ରାଜପଥର କୁରୁକୁପା ଛକ ନିକଟରେ ଛକି ରହିଥିଲା । କିଛି ସମୟ ପରେ ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ଦେଖି ତାକୁ ଅଟକାଇଥିଲା ପୋଲିସ । ଗାଡ଼ିଟିକୁ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ ୨୩ କେଜି ଗଞ୍ଜେଇ ବାହାରିଥିଲା । ଏହି କାର୍‌ରେ ଥିବା ୪ ଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଥିଲା ଏବଂ ମିଳିଥିବା ଗଞ୍ଜେଇକୁ ଜବତ କରିଥିଲା । ଗଞ୍ଜେଇ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲା କରାଯିବା ନେଇ ଘଣ୍ଟାପଡ଼ା ଥାନା ଅଧିକାରୀ ନରସିଂହ ମହାପାତ୍ର ସୂଚନା ଦେଇଛନ୍ତି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.