ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁବକଙ୍କୁ ପଥରରେ ଆକ୍ରମଣ ମାମଲା : ୪ ଗିରଫ

Published By : Suraj Kumar | May 6, 2025 9:53 PM

ଗୋପାଳପୁର ୬/୫:  ଜଣେ ଯୁବକକୁ ପଥର ଛେଚି ଆକ୍ରମଣ କରିଥିବା ମାମଲାରେ ଗୋପାଳପୁର ପୁଲିସ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ଖୋଡାସିଙ୍ଗ ଅଂଚଳର ବିରୁ ଦାସ, ଡ଼ମ୍ବୁରୁ ଦାସ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଗନ୍ତାୟତ ଦାସ l 

ଶନିବାର ରାତି ପ୍ରାୟ ୧୧ଟା ସମୟରେ ଖୋଡାସିଙ୍ଗ ନିକଟରେ ଥୂବା ବ୍ଲାକ ସି ବାର ନିକଟରେ କୌଣସି କାରଣକୁ ନେଇ ସମିର ଓ ସାଙ୍ଗ ଆଶିଷ ଚୌଧୁରୀ ସହିତ ଅଭିଯୁକ୍ତମାନଙ୍କର ବଚସା ହୋଇଥିଲା। ଅଭିଯୁକ୍ତମାନେ  ସମିରର ମୁଣ୍ଡକୁ ଇଟା ଏବଂ ପଥରରେ ଆକ୍ରମଣ କରିଥିଲେ l ଆକ୍ରମଣରେ ମୁଣ୍ଡ ଫାଟି ଯାଇ ସମୀର ଅଚେତ ହୋଇଯାଇଥିଲେ। ସମୀର ମରିଗଲା ଭାବି ନିକଟରେ ଥିବା ଏକ ଗୋଡି ଗଦାରେ ଶୁଆଇ ସୁନା ଚେନ ଓ ସୁନା ଲକେଟ ନେଇ ଅଭିଯୁକ୍ତମାନେ  ଚମ୍ପଟ ମାରିଥିଲେ l ପରେ ସେଠାରେ  ଥିବା ସମୀରଙ୍କ ସାଙ୍ଗମାନେ ତାଙ୍କୁ  ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନେଇଥିଲେ l

 ସୁସ୍ଥ ଅନୁଭବ ପରେ ସମୀର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏଥିରେ   ସମ୍ପୃକ୍ତ ଥିବା ଡ଼ମ୍ବୁରୁ ଓ ବିରୁକୁ ଅଟକ ରଖି ପଚରା ଉଚରା କରିଥିଲେ।  ପରେ ସମ୍ପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତ ପୂର୍ଣ୍ଣ ଓ ଗନ୍ତାୟତଙ୍କୁ ଖୋଡାସିଙ୍ଗ ଅଂଚଳରୁ କାବୁ କରି ଥାନାକୁ ଆଣି ପଚରା ଉଚରା କରିଥିଲେ।  ସେମାନଙ୍କ ଠାରୁ ସୁନା ଚେନ,ଏକ ସ୍କୁଟି,ଦୁଇଟି ମୋବାଇଲ ଜବତ କରିଥିଲେ।  ଅଭିଯୁକ୍ତ ୪ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.