ପୁରୀ ୨/୧୨ : ନଭେମ୍ବର ମାସ ୨୦ ତାରିଖରେ   ଚନ୍ଦନପୁର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ  ଲୁଟ ଘଟଣାରେ ପୁରୀ ପୁଲିସକୁ  ମିଳିଛି ସଫଳତା। ପୁରୀ ପୁଲିସ  ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସସହ ସେମାନଙ୍କ ନିକଟରୁ  ବିପୁଳ  ପରିମାଣର ସୁନା, ରୁପା ଜବତ କରିଛି l ଏନେଇ ଡିଆଇଜି ଡ଼.ସତ୍ୟଜିତ ନାୟକ ଓ  ଏସପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  

​​​​​​​

ସେମାନଙ୍କ ଠାରୁ ୧୩୨ଗ୍ରାମର ୮ଟି ସୁନା ହାର ଓ ୩୧କେଜି ରୁପା ଅଳଙ୍କାର, ୬ଲକ୍ଷ ଟଙ୍କା ଓ ସ୍କୋଡା କାର ଓ ଗୋଟେ ବାଇକ ଏବଂ ୬ଟି ମୋବାଇଲ ଫୋନ, ୨ଟି ଅଫୁଟା ଗୁଳି ସହ ବନ୍ଧୁକ ଜବତ କରାଯାଇଛି। ତେବେ ସମୁଦାୟ ୭୮ଲକ୍ଷ ୯୬ହଜାର ଟଙ୍କାର ସୁନା ଓ ଟଙ୍କା ଜବତ କରିଛି ପୁଲିସ l ୭ଜଣ ଅଭିଯୁକ୍ତ ମଧ୍ୟରୁ ୪ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ୩ଜଣ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ  ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।