ଟିକିରି, ୨୭/୧୦:  ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସ ୪ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବା ସହ ଚୋରି ସାମଗ୍ରୀ ଜବତ  କରିଛି। ଲୁଟେରାମାନେ ହେଲେ ବଡଚେକା ଗ୍ରାମର ପ୍ରଫୁଲ ପାଣି,ଜାମୁଗୁଡା ଗ୍ରାମର ଏଲ,ଏନ ସାହୁ, ମଣ୍ଡୁଳଗୁଡା ଗ୍ରାମର ରମେଶ ହିଆଲ, କେଶକାପାଡି ଗ୍ରାମର ପ୍ରସାନ୍ତ କୁଲେସିକା ।

 ଟିକିରି ଥାନା ଅନ୍ତର୍ଗତ କଡିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାମ ସାହୁଙ୍କ   ଆଜବେଷ୍ଟ ଭାଙ୍ଗି ଘରେ ପଶି ଦିବ୍ୟାଙ୍ଗ ଦମ୍ପତିଙ୍କୁ ବାନ୍ଧି ଟଙ୍କା,ସୁନା ସହ ମୋବାଇଲ ଚୋରି କରି ନେଇଥିଲେ। ସେହିପରି ଭାବେ  ଜାମୁଗୁଡା ଭାରତଗ୍ୟାସ ଅଫିସ ନିକଟରେ ରହୁଥିବା ଗୌରିଶଙ୍କର ଚୌଧୁରୀ ଘରେ ପଶି ଉଭୟ ଦମ୍ପତିଙ୍କୁ ମଧ୍ୟ ହାତ ଗୋଡ ବାନ୍ଧି ସୁନା,ଟଙ୍କା ଓ ୨ଟି ମୋବାଇଲ ଫୋନ ଚୋରିକରି ନେଇଥିଲେ ।ଏନେଇ ଟିକିରି ଥାନାରେ ପୋଲିସ  ମାମଲା ରୁଜୁ କରି  ତଦନ୍ତ କରିଥିଲା। 

ଚୋରି ହୋଇଥିବା ୧୮ଗ୍ରାମ ସୁନା ,୭୫୦୦ ଟଙ୍କା ଓ ଗୋଟିଏ ମୋବାଇଲ ସହ ଡକାୟତ ମାନେ ବ୍ୟବହାର କରୁଥିବା ୨ଟି ମୋବାଇଲ ଓ ଏକ ବାଇକପୋଲିସ ଜବତ କରିଛି।  ଏହି ଡକାୟତରେ ଲିପ୍ତ ଥିବା ବଡଚେକା ଗ୍ରାମର ପ୍ରଫୁଲ ପାଣି,ଜାମୁଗୁଡା ଗ୍ରାମର ଏଲ,ଏନ ସାହୁ,ମଣ୍ଡୁଳଗୁଡା ଗ୍ରାମର ରମେଶ ହିଆଲ,କେଶକାପାଡି ଗ୍ରାମର ପ୍ରସାନ୍ତ କୁଲେସିକାକୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟିକିରି ଥାନାରେ  ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି  ସୂଚନା ଦେଇଛନ୍ତି । ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କ ନେତୃତ୍ଵରେ ଏସ ଆଇ ମୋନଜ ଜେନା,ମହେନ୍ଦ୍ର ହାସଂଦା,ମହେଶ୍ଵର ପାଇକ, ତ୍ରୀନାଥ ତଟପାଡିଆ, ଏଏସ ଆଇ ନରେସ କୁମାର ରାଉଳ କୁ ନେଇ ଏକ ଟିମ କରି ବିଭିନ୍ନ ଅଞ୍ଚଳ ରୁ ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଥିଲେ।