ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରକୃତି କୋପ; ୨୪ ଘଣ୍ଟାରେ ୨ଥର ଥରିଲା ମ୍ୟାଁମାର, ୪.୧ ତୀବ୍ରତା ରେକର୍ଡ଼

Published By : Ankita S | April 14, 2025 12:38 PM

ନୂଆଦିଲ୍ଲୀ,୧୪/୦୪: ମ୍ୟାଁମାରରେ ପ୍ରକୃତି ତାଣ୍ଡବ ରଚିଛି । ଭୂକମ୍ପ ଝଟକାରେ ପୁଣି ଥରେ ଥରି ଉଠିଛି ଭାରତର ପଡୋଶୀ ଦେଶ ମ୍ୟାଁମାର । ୨୪ ଘଣ୍ଟାରେ ମ୍ୟାଁମାରରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଆଜି ଅନୁଭୂତ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ଼ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ପୂର୍ବାହ୍ନ ୧୦ଟା ୬ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦୩ କିମି ରହିଥିଲା । ରିକ୍ଟର ସ୍କେଲରେ  ୪.୧ ତୀବ୍ରତା ରେକର୍ଡ ହୋଇଛି । ଗତ ମାର୍ଚ୍ଚ ୨୮ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପୀଡ଼ାରୁ ମୁକୁଳିନଥିବା ବେଳେ ମ୍ୟାଁମାରକୁ ଝଟକା ପରେ ଝଟକା ଲାଗିଛି । ଆଜି ଅନୁଭୂତ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ହେଲେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । 

ଅଧିକ ପଢନ୍ତୁ...ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼

କହି ରଖୁଛୁ କି, ଗତକାଲି (ରବିବାର) ସେଣ୍ଟ୍ରାଲ ମ୍ୟାଁମାରର ମେଇକ୍‌ତିଲା ନିକଟରେ ମାଣ୍ଡଲ୍ୟ ଏବଂ ନେପିତ ସହରରେ ଭୂକମ୍ପ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା । ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ହୋଇଥିବା ୭.୭ ତୀବ୍ରତାର ବିନାଶକାରୀ ଭୂକମ୍ପରେ ୩,୬୦୦ରୁ ଅଧିକ ଜୀବନ ଯାଇଥିଲା । ଛାରଖାର ହୋଇଯାଇଛି ମ୍ୟାଁମାର । ମାଟିରେ ମିଶିଥିଲା ସୁଉଚ୍ଚ ଅଟାଳିକା । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହା ପରଠୁ ଗତକାଲି ହୋଇଥିବା ଭୂକମ୍ପ ସବୁଠୁ ବଡ଼ ଥିଲା । ମାତ୍ର କୌଣସି କ୍ଷୟକ୍ଷତି ହୋଇନଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.