ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼

Published By : Anindita Ratha | April 13, 2025 10:41 AM

ନୂଆଦିଲ୍ଲୀ,୧୩/୦୪:ମିଆଁମାର ଓ ତାଜିକିସ୍ତାନରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ମିଆଁମାର ଏବଂ ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୫ ଓ ୬.୧ ରେକର୍ଡ଼ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି  ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ ଏନେଇ ନିଶ୍ଚିତ କରିଛନ୍ତି । 

ମିଆଁମାରର କେନ୍ଦ୍ରସ୍ଥଳ ମୈକଟିଲାରୁ ୩୪ କିଲୋମିଟର ଭୂତଳରେ ଅବସ୍ଥିତ ଥିଲା। ସେହିପରି ତାଜିକିସ୍ତାନର  କେନ୍ଦ୍ରସ୍ଥଳ ଭୂମିରୁ ୧୦କିଲୋମିଟର ତଳେ ଥିଲା। ଯଦିଓ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ।ସେହିପରି ୨୮ ମାର୍ଚ୍ଚରେ ମିଆଁମାରରେ ଘଟିଥିବା ଭୂମିକମ୍ପରେ ପ୍ରାୟ ୩୬୦୦ ଲୋକଙ୍କ ଜୀବନ ଯାଇଥିଲା ଏବଂ ସେବେଠାରୁ ମିଆଁମାରର ଲୋକମାନେ ନିରନ୍ତର ଭୂମିକମ୍ପର ସମ୍ମୁଖୀନ ହେଉଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଗତ ଦିନରେ ଭୂମିକମ୍ପ ଯୋଗୁଁ ଭାରତର ପଡ଼ୋଶୀ ଦେଶ ପାକିସ୍ତାନର ଭୂମି ଅନେକ ଥର ଥରି ଉଠିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୫.୮ ଏବଂ ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ପାକିସ୍ତାନରେ ହୋଇଥିବା ଭୂମିକମ୍ପର ଝଟକା ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରାଜୌରୀ ଏବଂ ପୁଞ୍ଚର ଲୋକମାନେ ଭୂମିକମ୍ପ ଝଟକାରେ ଅନୁଭବ କରିଥିଲେ । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି  ଅନୁଯାୟୀ, ପାପୁଆ ନ୍ୟୁଗିନି ଭୂମିରେ ମଧ୍ୟ ଲଗାତାର ଭୂମିକମ୍ପ ହେଉଛି। ଗତକାଲି ନ୍ୟୁ ଆୟରଲ୍ୟାଣ୍ଡରେ ମଧ୍ୟ ଏକ ଭୂମିକମ୍ପ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.