କଳାହାଣ୍ଡି, ୨୦।୫ : କଳାହାଣ୍ଡି ପୋଲିସକୁ ବଡ ସଫଳତା l ପୋଲିସ ପଞ୍ଜାରେ ବଡ ଧରଣର ବାଇକ ଚୋର ଗ୍ୟାଙ୍ଗ l ୪୪ ବାଇକ ଜବତ କରିବା ସହ ୬ ଜଣଙ୍କୁ ପୁଲିସ ଗିରଫ କରିଛି l ସମସ୍ତ ବାଇକ ଚୋର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏବଂ ଭବାନୀପାଟଣା ଅଞ୍ଚଳର ହୋଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି l
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗତ କିଛି ଦିନ ହେଵ ବାଇକ ଚୋରି ହେଉଥିବା ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ଏତଲା ଦିଆ ଯାଉଥିଲା l ମାର୍କେଟ ଅଞ୍ଚଳରୁ, ଘରେ ବାହାରେ ଥିବା ଅଫିସ ବାହାରେ ଥିବା ବାଇକ ଗୁଡିକୁ ଚୋର ମାନେ ଟାର୍ଗେଟ କରି ଚୋରି କରି ନେଉଥିଲେ l ତେବେ କଳାହାଣ୍ଡି ଏସପି ଙ୍କ ସୂଚନା ଅନୁଯାୟୀ ଜୁନାଗଡ଼ ଥାନା ଅଞ୍ଚଳର ସୁରଜ କୈବର୍ତ୍ତ, ପବନ କୈବର୍ତ୍ତ, ଆଲୋକ ବାରିକ ବିଭିନ୍ନ ଅଞ୍ଚଳ ରୁ ବାଇକ ଗୁଡିକ ଚୋରି କରି ଆକାଶ କୈବର୍ତ୍ତ, ଚାନ୍ଦ ନାଏକ ଏବଂ ସମୀର ଦୁର୍ଗା କୁ ଦେଉଥିଲେ l ତେବେ ଏହି ତିନି ଜଣ ମିଶି ଚୋରି ବାଇକ ଗୁଡିକର ଡୁପଲିକେଟ ନମ୍ବର ପ୍ଲେଟ କରି ଗାଡିର ରଙ୍ଗ ପରିବର୍ତ୍ତନ କରି କମ ରେଟ ରେ ଲୋକ ମାନଙ୍କ ପାଖରେ ବିକ୍ରି କରୁଥିଲେ l ତେବେ ଗତ ମାସ ୧୩ ତାରିଖ ରେ ଜୁନାଗଡ଼ ଥାନାରେ ଚୋରି ବାଇକ ନେଇ ଗୋଟିଏ କେଶ ରେଜିଷ୍ଟ୍ରେସନ ହେବା ପରେ କଳାହାଣ୍ଡି ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବାଇକ ଚୋରି ଗ୍ୟାଙ୍ଗ କୁ ଧରିବା ପାଇଁ ଯୋଜନା କରିଥିଲା l ଜୁନାଗଡ଼ରୁ ଜଣେ ଚୋର କୁ ଧରି ପଚରାଉଚରା କରିବା ପରେ ପୁଲିସ ହାତରେ ସମସ୍ତେ ଧରାପଡିଥିଲେ।
ଆହୁରି ପଢନ୍ତୁ : ୪୮୦ କେଜି ତମ୍ବା ତାର ସହ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ ,୫ ଗିରଫ