କେନ୍ଦ୍ରାପଡ଼ା,୨୮/୫ : ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡ଼ିଲା ୪୯ ଭୋଟ l ଫଳରେ କଳ୍ପନା ରାଉତ ନିଜ ପଦ ହରାଇଛନ୍ତି l ବାଜିମାତ କରିଛି ଶାସକ ବିଜେପି। ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ବୈଠକରେ ଅନାସ୍ଥା ପ୍ରସ୍ତାବ ଉପରେ ମତ ଗ୍ରହଣ କରାଯାଇଥିଲା l ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୪୯ଟି ଭୋଟ ପଡ଼ିଥିବା ମହାକାଳପଡ଼ା ତହସିଲଦାର ଶିବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି l
ତେବେ ପଞ୍ଚାୟତ ସମିତିର ମୋଟ ୬୨ଜଣ ସମିତି ସଭ୍ଯ ଓ ସରପଞ୍ଚଙ୍କ ମଧ୍ୟରୁ ଆଜି ମତଦାନ ପ୍ରକ୍ରିୟାରେ ୪୯ ଜଣ ଅଂଶଗ୍ରହଣ କରିଥିଲେ l ଆଜି ନିର୍ବାଚନ ପ୍ରକ୍ରିୟାରେ ୫ ଜଣ ସରପଞ୍ଚ ଓ ୮ ଜଣ ସମିତି ସଭ୍ଯ ଅନୁପସ୍ଥିତଥିଲେ l ଗତ ମାର୍ଚ୍ଚ ମାସରେ ୪୨ ଜଣ ଆଣିଥିବା ଅନାସ୍ଥା ଉପରେ ବିବାଦ ଦେଖା ଦେବା ସହ ମାମଲା ହାଇକୋର୍ଟକୁ ଯାଇଥିଲା l ୩ ଥର ନୋଟିସ କରାଯିବା ପରେ ଭୋଟ ସ୍ଥଗିତ ରହିଥିଲା l ମହାକାଳପଡ଼ା ଏକ ସ୍ଵତନ୍ତ୍ର ନିର୍ବାଚନମଣ୍ଡଳୀ ହେବା ପରେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏହା ପ୍ରଥମ ଅନାସ୍ଥା । ଅନ୍ୟପକ୍ଷରେ ଆଜିର ଅନାସ୍ଥା ଭୋଟ ରୋକିବାକୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାଏର ହୋଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିବା ସୂଚନା ମିଳିଛି।