ଭୁବନେଶ୍ବରରେ, ୨୦।୨ : କିଟ୍‌ରେ  ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଆଉ ୫ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ୪ ବାଉନସର ଏବଂ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସରକୁ ପୋଲିସ ଗିରଫ କରିଛି ।  ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠି, ବାଉନସର ଅଜୟ କୁମାର ସ୍ବାଇଁ, ସରୋଜ କୁମାର କୁମାର ରାଉତରାୟ , ସୁଧାଂଶୁ ଶେଖର ବେହେରା, ଚନ୍ଦନ କୁମାର ସ୍ବାଇଁ ଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି

ଉକ୍ତ ଆକ୍ରମଣ ଘଟଣାର ସିସିଟିଭି ଗୁଡିକୁ  ଦେଖି  ଭୁବନେଶ୍ବର ଡିସିପି ଘଟଣାର ତଦନ୍ତ  କରିଥିଲେ। ସିସିଟିଭି ଆଧାରରେ କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ଛାତ୍ରଛାତ୍ରୀଙ୍କୁ   ଗାଳି ଦେବାସହ ମାଡ଼ ମାରିଥିବା ଭିଡ଼ିଓରେ ଜଣା ପଡିଥିଲା।

ଏହି ଘଟଣାରେ ଇନଫୋସିଟି ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା। ୩ ଡାଇରେକ୍ଟରଙ୍କ ସମେତ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପୋଲିସ ଗିରଫ କରିଥିଲା।  ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ ଏବଂ ସିକ୍ୟୁରିଟି ଗାର୍ଡ  ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା ଗିରଫ ହୋଇଥିଲେ   । ସେମାନଙ୍କୁ ଭୁବନେଶ୍ବର ଜେଏମଏଫ୍‌ସି-୨ ଜାମିନ ମିଳିଛି ।