​​​​​​​ହରଭଙ୍ଗା, ୨୩।୯ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ବିସ୍ଫୋରଣ ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଆଲୋକ କଣ୍ଟି ସମେତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଅନ୍ୟ ଅଭିଯୁକ୍ତ ହେଲେ ପୁରୁଣାକଟକ ଥାନା ଜିଆକଟା ଗ୍ରାମର ମାଗିରାମ ବେହେରା (୬୦),  ଆଲୋକ କଣ୍ଟି, ପୁରୁଣାକଟକର କାହ୍ନୁ ପରିଡା (୨୫), ଲଷ୍ମୀଧର ପରିଡା ( ୬୦) ଓ ପ୍ରଶାନ୍ତ ସାହୁ (୩୮) ।

ମାଗିରାମ ବେହେରା ଘର ଭଡା ସୂତ୍ରରେ କାହ୍ନୁ ପରିଡା ଓ ଆଲୋକ କଣ୍ଟିକୁ ଦେଇଥିଲା l  ଘରେ ବେଆଇନ ଭାବରେ ବାଣ ବ୍ୟବସାୟ ହେବା ସହ ବିପୁଳ ପରିମାଣରେ ବାଣ ଗଚ୍ଛିତ ହୋଇ ରଖାଯାଉଥିଲା l କଲେଜ ଛକ, ରୁଗୁଡ଼ିପାଲି, ଏସବିଆଇ କଲୋନୀ ସାମନା ଫଳ ଦୋକାନ ସହ ବ୍ୟବସାୟୀ ଆଲୋକ କଣ୍ଟି ଘରୁ ବିପୁଳ ପରିମାଣର ବାଣ ଜବତ କରିଛି ପୋଲିସ l ସମସ୍ତ ବାଣ କୁ ଦମକଳ ବାହିନୀ ଦ୍ୱାରା ପାଣି ମଡାଯାଇ ଜବତ କରାଯାଇଥିଲା l

ମଙ୍ଗଳବାର​​​​​​​ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର l ବିସ୍ଫୋରଣ ରେ କ୍ଷୟକ୍ଷତି ହୋଇଥିବା ଘର ବୁଲି ଦେଖିବା ସହ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀରେ ଏ ନେଇ ସୂଚନା ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି l ଏଥିରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ ଉପସ୍ଥିତ ଥିଲେ l

ସୂଚନାଯୋଗ୍ୟ ଯେ ,ଗତ ରବିବାର ଜିଆକଟା ଗ୍ରାରେ ଥିବା ବାଣ ଗୋଦାମରେ ହଠାତ ବିସ୍ଫୋରଣ ହୋଇଥିଲା l ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଗୋଦାମ ସହ ପାଖରେ ଥିବା ଅନ୍ୟ ଘର ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା l ଏଥିସହ ଘଟଣା ସ୍ଥଳରେ ଜଣେ ଓ ଡାକ୍ତରଖାନାରେ ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି l