ପ୍ରମୂଖ ଖବର
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଗୋ-ଚାଲାଣ ବେଳେ ୫ ଗୋରୁ ଉଦ୍ଧାର

Published By : Suraj Kumar | June 14, 2025 6:23 PM

ଶଗଡା, ୧୪।୬ :  ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେଇପଡା ଗ୍ରାମ ନିକଟରେ ଗୋ ଚାଲାଣ ବେଳେ ୫ ଟି ଗୋରୁ ଉଦ୍ଧାର କରାଯାଇଛି। 

ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେଇପଡା ଗ୍ରାମ ନିକଟରେ ମାପିଆ ମାନେ ଗୋରୁ  ଚଲାଣ କରିବା ପାଇଁ ଗାଡ଼ିରେ ଲୋଡ଼ କରୁଥିଲେ।  ଏହି ସମୟରେ ସମାଜ ସେବୀ ପ୍ରମୋଦ ବାଘ, ଜୟଶ୍ୱେର ଦେହୁରୀ, ସନ୍ତୋଷ ମହାକୁଳ ପହଁଚି ଗୋରୁ ଗୁଡିକୁ ଅଟକ ରଖି ସଗଡା ପୋଲିସକୁ ଖବର ଦେଇଥିଲେ।  ସଗଡା ଫାଣ୍ଡି ଅଧିକାରୀ ସୋମ୍ୟ ପାତ୍ର  ଘଟଣା ସ୍ଥଳ ରେ ପହଁଚି ଗୋରୁ ଗୁଡିକ ଉଦ୍ଧାର କରିଥିଲେ।   ଗୋରୁ ଗୁଡିକର ପ୍ରକୃତ ମାଲିକ କିମ୍ବା ଦାବିଦାର ନ ଆସିବାରୁ  ଲାଳନ ପାଳନ କରିବାପାଇଁ ବୁଡ଼ୀବଲଣ୍ଡା ଗ୍ରାମର ହେମନ୍ତ ମହାକୁଳ, ଗୁନ୍ଦୁ ଲିଆ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପୋଢ଼, ଓ ଜୟଶ୍ଵର ଦେହୁରୀ ଙ୍କୁ ହସ୍ତାନ୍ତର କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.