​​​​​​​ରାଉରକେଲା, ୧୨।୪ : ଚାକିରି ଦେବା ଆାଳରେ  ଜଣେ ଯୁବତୀଙ୍କୁ ନେଇ ମଧ୍ୟପ୍ରଦେଶରେ ବିବାହ କରାଇ ଦେଲେ।  ଏ ନେଇ ଯୁବତୀଙ୍କ ପରିବାର ଲୋକ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଯୁବତୀଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

ଚାକିରି କରାଇଦେବା କହି  ବୀରମିତ୍ରପୁର ଥାନା ଅଧୀନ ଏକ ଗାଁ ର ଜଣେ  ଯୁବତୀଙ୍କୁ  ସେହି ଗାଁର ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ରାଉରକେଲା ନେଇ ଆସିଥିଲେ । ପରେ  ରାଉରକେଲାର ଜଣେ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ସହାୟତାରେ ଯୁବତୀ ଙ୍କୁ ମଧ୍ୟ ପ୍ରଦେଶ ନେଇ ବିବାହ  କରାଇ ଦେଇଛନ୍ତି । ପରେ ଯୁବତୀ ଜଣକ ପରିବାର ଲୋକଙ୍କୁ ଫୋନ୍ ଯୋଗେ ସମସ୍ତ ଘଟଣା କହିଥିଲା। ଏ ନେଇ  ପରିବାର ଲୋକେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯୁବତୀଙ୍କୁ ଫେରାଇ ଆଣିବାକୁ ପୁଲିସ ଉଦ୍ୟମ କରୁଛି।