ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

୨ ବାଇକ ମଧ୍ୟରେ ଧକ୍କା : ନାବାଳିକା ସମତେ ୫ ମୃତ

Published By : Suraj Kumar | June 28, 2025 10:39 PM

ନୂଆପଡା, ୨୮।୫:  ରଥଯାତ୍ରା ଦେଖି ଫେରୁଥିବା ବେଳେ ୨ ବାଇକ ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି।  ୩୫୩ ନଂ ଜାତୀୟ ରାଜପଥ ପଲସିପାଣି ଠାରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ପଲସିପାଣି ଗୁଟୁପଡା ଗ୍ରାମର ବୋଲି ଜଣାପଡିଛି।

ରଥଯାତ୍ରା ଦେଖି ଶନିବାର ବାଇକରେ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ  ହରାଇ ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ପଛରୁ ପିଟିଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି  ଘଟଣାର ତଦନ୍ତ କରୁଛି। 

ସୂଚନାଯୋଗ୍ୟ ଯେ, ସେହିପରି ଶନିବାର ଅପରାହ୍ନରେ  ପିପିଲି ଓଭରବ୍ରିଜ ନିକଟରେ ଓଏସଆରଟିସି ବସ୍ ଧକ୍କାରେ ୩ ଯୁବତୀଙ୍କ ମୃତ୍ୟୁ ଘଟିଛି ।  ୩ ଯୁବତୀ ସମ୍ପର୍କୀୟ ଭଉଣୀ। ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଜଗା ଦର୍ଶନରେ   ଯାଉଥିଲେ। ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ  ଓଏସଆରଟିସି ବସ୍ ଧକ୍କା ଦେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.