ଭୁବନେଶ୍ୱର,୦୧/୦୮: ୫ଜଣ ଆଇଏଏସ୍ଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ ନରୱାଣେଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଦୀନହା ଦସ୍ତାଗୀରଙ୍କୁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କମିଶନର ଓ ରାଉରକେଲା ସ୍ମାର୍ଟସିଟି ଲିଃର ସିଇଓ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ)ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) କମିଶନର ରେହାନ ଖତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସ୍ଡିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କୀରନଦୀପ କୌର ସହୋତା କଟକ ମହାନଗର ନିଗମ (ସିଏମ୍ସି) କମିଶନର ଥିବାବେଳେ ତାଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର । ପ୍ରଥମେଶ ଅରବିନ୍ଦ ରାଜେଶହିର୍କେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) କମିଶନର ଥିବାବେଳେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।