ପ୍ରମୂଖ ଖବର
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ବିସ୍ଫୋରଣ, ୫ ସ୍କୁଲ ଛାତ୍ରଙ୍କ ସମେତ ୭ ମୃତ, ୨୨ ଆହତ...

Published By : Prameya | November 1, 2024 9:07 PM

ନୂଆଦିଲ୍ଲୀ: ଶୁକ୍ରବାର ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶରେ ଏକ ରିମୋଟ ଚାଳିତ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୫ ଜଣ ସ୍କୁଲ ଛାତ୍ର ଏବଂ ଜଣେ ପୋଲିସ କର୍ମୀଙ୍କ ସମେତ ଅତି କମ୍‌ରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଦେଶର ମାସ୍ଟୁଙ୍ଗ ଜିଲ୍ଲାର ସିଭିଲ୍ ହସ୍ପିଟାଲ୍ ଛକରେ ଅବସ୍ଥିତ ଏକ ବିଦ୍ୟାଳୟ ନିକଟରେ ସକାଳ ୮.୩୫ ସମୟରେ ଏହି ବିସ୍ଫୋରଣ ଘଟିଛି । କାଲାଟ ଡିଭିଜନ କମିଶନର ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏକ ମୋଟର ସାଇକେଲରେ IED ଲଗାଯାଇଥିବା ଜଣାପଡିଛି । ଏହା ପୋଲିସ ମୋବାଇଲ୍ ଗାଡି ନିକଟରେ ବିସ୍ଫୋରଣ ହୋଇଥିଲା।

କମିଶନର ବଜାଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ମଧ୍ୟରେ ପାଞ୍ଚ ଜଣ ସ୍କୁଲ ଛାତ୍ର ମଧ୍ୟ ଅଛନ୍ତି। ଏହି ଆକ୍ରମଣରେ ଅତି କମରେ ୨୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ପିଲା, ଯେଉଁମାନେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ବିସ୍ଫୋରଣରେ ପୋଲିସ ଗାଡି ଏବଂ ଅନେକ ଅଟୋ-ରିକ୍ସା କ୍ଷତିଗ୍ରସ୍ତ ହୋଇଛି।

ଏହି ସମୟରେ, ପ୍ରାଦେଶିକ ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଯେ ବିସ୍ଫୋରଣ ପରେ କ୍ୱେଟାର ସମସ୍ତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସମସ୍ତ ଡାକ୍ତର,ଫାର୍ମାସିଷ୍ଟ,ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ସଜାଗ ରଖାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.